ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣରେ ପୋଲିସକୁ ମିଳିନି ସଫଳତା । ସବୁ ଦିଗରୁ ତନାଘନା କରୁଛି ମୁମ୍ୱାଇୁ ପୋଲିସ । ଅଭିନେତାଙ୍କ ଉପରେ ଆକ୍ରମଣର ତିନି ଦିନ ପରେ ମଧ୍ୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ଅଛି । ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ମୁମ୍ବାଇ ପୋଲିସ ୩୦ଟି ଦଳ ଗଠନ କରିଛି । ଏପର୍ଯ୍ୟନ୍ତ ୫୦ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରିଛି ।
ଯେଉଁମାନଙ୍କର ବୟାନ ରେକର୍ଡ ହୋଇଛି ସେମାନଙ୍କ ମଧ୍ୟରେ ଅଧିକାଂଶ ପରିଚିତ ଲୋକ । ଯେଉଁଥିରେ ସୈଫ ଅଲ୍ଲୀ ଖାନଙ୍କ ପତ୍ନୀ କରୀନା କପୁର ଏବଂ ତାଙ୍କ କର୍ମଚାରୀମାନେ ମଧ୍ୟ ସାମିଲ ଅଛନ୍ତି । ସୈଫ୍ ଅଲ୍ଲୀ ଖାନଙ୍କୁ ଆହତ ଅବସ୍ଥାରେ ସତଗୁରୁ ଶରଣ କୋଠା ବାହାରୁ ଲୀଳାବତୀ ହସ୍ପିଟାଲକୁ ନେଇଯାଇଥିବା ଅଟୋ ଡ୍ରାଇଭର ଭଜନ ସିଂହ ରାଣାଙ୍କୁ ମଧ୍ୟ ମୁମ୍ବାଇ ପୋଲିସ ପଚରାଉଚରା କରିଛି ।
ତେବେ ଘଟଣାର ତିନି ଦିନ ପରେ, ଅଭିନେତାଙ୍କୁ ଛୁରୀ ମାରିଥିବା ସନ୍ଦିଗ୍ଧ ଆକ୍ରମଣକାରୀର ଏକ ନୂତନ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି ।

