ଛୁରି ଦେଖାଇ ମହିଳାଙ୍କୁ ଦୁଷ୍କର୍ମ !

ଢେଙ୍କାନାଳରେ ଲଜ୍ଜା। ଘରେ ପଶି ମହିଳାଙ୍କୁ ଛୁରି ଦେଖାଇ ଦୁଷ୍କର୍ମ ଅଭିଯୋଗ। ସଦର ଥାନା ଅଞ୍ଚଳରେ ମହିଳାଙ୍କୁ ଭୟଭୀତ କରାଇ ହାତଗୋଡି ବାନ୍ଧି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ହୃଷିକେଶ ସାହୁକୁ ଗିରଫ କରିଛି।

ସୂଚନା ଅନୁଯାୟୀ, ମହିଳା ଜଣଙ୍କ ଏକ ଭଡା ଘରେ ଏକୁଟିଆ ରହୁଥିଲେ। ଗତ କିଛିଦିନ ହେବ ହୃଷିକେଶ ମହିଳା ଜଣଙ୍କ ଉପରେ ନଜର ରଖୁଥିଲା। ଗତକାଲି ରାତିରେ ମହିଳା ଜଣଙ୍କ କୌଣସି କାମ ପାଇଁ ଘର ବାହାରକୁ ଆସି ପୁଣି ଭିତର ଯାଇଥିଲା। ଏହା ଭିତରେ ଅଭିଯୁକ୍ତ ଘର ଭିତରକୁ ପଶି ଯାଇଥିଲା। ତାଙ୍କୁ ଭୟଭୀତ କରାଇବା ପାଇଁ ପ୍ରଥମେ ଏକ ଛୁରି ଦେଖାଇଥିଲା।

ରାତି ୮ଟାରୁ ୧୧ଟା ପର୍ଯ୍ୟନ୍ତ ମହିଳାଙ୍କ ହାତଗୋଡ ବାନ୍ଧି ଛୁରି ଦେଖାଇ ଦୁଷ୍କର୍ମ କରିଥିଲା। ଏନେଇ ସଦର ଥାନାରେ ପୀଡିତା ଲିଖିତ ଅଭିଯୋଗ କରିଥିଲେ। ସଦରଥାନା ପୋଲିସ୍ ଘଟଣାରେ ଛାନଭିନ କରି ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତଠାରୁ ଘଟଣାରେ ବ୍ୟବହୃତ ଛୁରିକୁ ମଧ୍ୟ ଜବତ କରିଛି। ତେବେ ଅଭିଯୁକ୍ତର ଘର ଦେବଗଡ ଜିଲ୍ଲାରେ ବୋଲି ଜଣାପଡିଛି। ସେ ପୀଡିତାଙ୍କ ଘର ନିକଟରେ ଥିବା ଏକ ସ ମିଲରେ କାମ କରୁଥିଲା। ସେହିଭଳି ଇସ୍ପାତ ନଗରୀ ରାଉରକେଲାରେ ଘଟିଛି ଆଉ ଏକ ଲଜ୍ଜାଜନକ ଘଟଣା। ବିଶ୍ରା ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସଂପୃକ୍ତ ଆଉ ଜଣେ ଗିରଫ ଯୁବକକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଘଟଣାରେ ଅଧିକ ତଦନ୍ତ କରୁଛି ପୋଲିସ।

 

 

Post Views32 Total Count

Apply Now


This will close in 0 seconds

error: Content is protected !!