ଜାଣନ୍ତୁ କାହିଁକି ସୈଫ୍‌ଙ୍କୁ ହେଲା ଆଟାକ୍, ଖୁଲାସା କଲା ମୁମ୍ବାଇ ପୋଲିସ୍

ସୈଫ୍‌ଙ୍କୁ ଛୁରାମାଡ଼ ଘଟଣା। ଗିରଫ ଅଭିଯୁକ୍ତ ବିଷୟରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କଲେ ମୁମ୍ବାଇ ଜୋନ୍‌-୯ ଡିସିପି ଡିସିପି ଦୀକ୍ଷିତ ଗେଡାମ । ପ୍ରେସମିଟ୍‌ କରି ଅଭିଯୁକ୍ତ ବିଷୟରେ ଖୁଲାସା କରିଛନ୍ତି। ସୈଫ୍‌ଙ୍କୁ ଆଟାକ୍ କରିଥିବା ଅଭିଯୁକ୍ତ ବାଂଲାଦେଶୀ ଅନୁପ୍ରବେଶକାରୀ ହୋଇଥିବା ନେଇ ସନ୍ଦେହ କରାଯାଉଛି। ଚୋରି କରିବାକୁ ସୈଫ୍‌ଙ୍କ ଘରେ ପଶିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ମୁମ୍ବାଇ ପୋଲିସ ଡିସିପି ଏକ ପ୍ରେସମିଟ୍ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜଣେ ଅଭିଯୁକ୍ତଙ୍କୁ ଥାନେରୁ ଗିରଫ କରାଯାଇଛି। ଅଭିଯୁକ୍ତର ପ୍ରକୃତ ନାଁ ମହମ୍ମଦ ସରିଫୁଲ୍ ଇସ୍‌ଲାମ୍ ଶେହଜାଦ୍। ସେ ନିଜର ପରିଚୟ ବଦଳାଇ ବିଜୟ ଦାସ ନାମରେ ମୁମ୍ବାଇରେ ରହୁଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଜଣକ ବାଂଲାଦେଶୀ ଅନୁପ୍ରବେଶକାରୀ। ଅଭିଯୁକ୍ତଙ୍କ ପାଖରୁ କୌଣସି ବୈଧ ଭାରତୀୟ କାଗଜପତ୍ର ମିଳିନାହିଁ। ତେଣୁ, ପୋଲିସ ତାଙ୍କ ବିରୁଦ୍ଧରେ ପାସପୋର୍ଟ ଆଇନର ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରିଛି । ମୁମ୍ବାଇ ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତର କୌଣସି ଅପରାଧିକ ଇତିହାସ ନାହିଁ। ପୋଲିସ ମହମ୍ମଦ ଶରିଫୁଲ ଇସଲାମ ଶାହଜାଦଙ୍କ ବିଷୟରେ ଅଧିକ ସୂଚନା ସଂଗ୍ରହ କରୁଛି । ଯଦି ସେ ଜଣେ ବାଂଲାଦେଶୀ ନାଗରିକ, ତେବେ ସେ କିପରି ବେଆଇନ ଭାବରେ ଭାରତରେ ପ୍ରବେଶ କଲା ସେନେଇ ତଦନ୍ତ ଚଳାଇଛି ପୋଲିସ।

Post Views6 Total Count

Apply Now


This will close in 0 seconds

error: Content is protected !!