କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଦିଆଗଲା Z+ ସୁରକ୍ଷା। କିଛିଦିନ ତଳେ ଶାସକ ସିପିଆଇ(ଏମ୍)ର ଯୁବ ଛାତ୍ର ଦଳ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ସହ ରାଜ୍ୟପାଳଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା।
ରାଜ୍ୟପାଳ ଏକ କାର୍ଯ୍ୟରେ ଯିବା ସମୟରେ ଛାତ୍ର ନେତା ତାଙ୍କୁ କଳା ପତାକା ପ୍ରଦର୍ଶନ କରିବା ସହ ତାଙ୍କ ଗାଡିକୁ ଅଟକାଇ ରାସ୍ତାରୋକ କରିଥିଲେ। ଏଥିରେ ରାଜ୍ୟପାଳ ଆରିଫ ରାଗିଯାଇ ଗାଡିରୁ ଓହ୍ଲାଇ ସେମାନଙ୍କ ସହ ମୁହାଁମୁହିଁ ହୋଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଞ୍ଚଳରୁ ବିକ୍ଷୋଭକାରୀଙ୍କୁ ହଟାଇଥିଲା। କିନ୍ତୁ ରାଜ୍ୟପାଳ ଖାନ ଏକ ଦୋକାନରୁ ଚେୟାର ଆଣି ସେହିଠାରେ ହିଁ ବସି ରହିଥିଲେ। ଆନ୍ଦୋଳନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନ ନିଆଯିବା ପର୍ଯ୍ୟନ୍ତ ସେ ସେଠାରୁ ହଟିବେ ନାହିଁ ବୋଲି କହିଥିଲେ ମାମଲାରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟାନଙ୍କ ହାତ ଥିବା ଅଭିଯୋଗ କରିଥିଲେ ରାଜ୍ୟପାଳ ଆରିଫ।

