ମା ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ଆରମ୍ଭ ହେଲା ଯଜ୍ଞ ଅଧିବାସ

ମା ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ଆରମ୍ଭ ହେଲା ଯଜ୍ଞ ଅଧିବାସ । ଆସନ୍ତାକାଲି ସକାଳୁ ୧୬ ସ୍ତମ୍ଭ ପୂଜା, ୧୨ଟି ଦ୍ୱାର ପୂଜା ଓ ସୂର୍ଯ୍ୟପୂଜା କରାଯିବ ।

କଳସ ଯାତ୍ରା ପରେ ଆରମ୍ଭ ହୋଇଛି ଅଧିବାସ ପୂଜା । ମୁଖ୍ୟ ଯଜ୍ଞ ମଣ୍ଡପରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ଆସନ୍ତାକାଲି ମା’ ସମଲେଇ ପ୍ରକଳ୍ପ ଉଦଘାଟନ ହେବ । ଏଥିପାଇଁ ପଶ୍ଚିମ ଓଡ଼ିଶାର ପାଖାପାଖି ୧୧ଟି ଜିଲ୍ଲାର ୫୦ରୁ ଅଧିକ ପଣ୍ଡିତ ପୁରୋହିତ ଆସିଛନ୍ତି ।

ଅଧିବାସ ଆରମ୍ଭ ହେବା ସହିତ ମୁଖ୍ୟ ଯଜ୍ଞ ମଣ୍ଡପରେ ସର୍ବୋତ ଭବ୍ୟ ମଣ୍ଡଳ, ବାସ୍ତୁ ମଣ୍ଡଳ, ଯୋଗିନୀ ମଣ୍ଡଳ, ଲକ୍ଷ୍ମୀନାରାୟଣ ମଣ୍ଡଳ, ନବଗ୍ରହ ପୂଜା, କ୍ଷେତ୍ରପାଳ ପୂଜା ଓ ଅଷ୍ଟାଦଶ ମାତୃଗଣ ମଣ୍ଡଳ ପୂଜା ହେବ । ସମସ୍ତ ପୁରୋହିତ ମଣ୍ଡଳ ପୂଜା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି ।

Post Views82 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!