ଗଣତନ୍ତ୍ର ଦିବସରେ ଦେଲେ ଖୁସି ଖବର: ତୃତୀୟ ଥର ପାଇଁ ବାପା ବନିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଗଣତନ୍ତ୍ର ଦିବସରେ ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ ଭାଗବନ୍ତ ମାନ କହିଛନ୍ତି ଯେ ‘‘ମୁଁ ଏକ ବ୍ୟକ୍ତିଗତ ଘୋଷଣା କରିବାକୁ ଚାହୁଁଛି।
ମାର୍ଚ ମାସରେ ମଧ୍ୟରେ ମୋ ଘରକୁ ଖୁସି ଖବର ଆସିବାକୁ ଯାଉଛି। ମୋ ପତ୍ନୀ ଡକ୍ଟର ଗୁରୁପ୍ରୀତ କୌର ସପ୍ତମ ମାସର ଗର୍ଭବତୀ ଅଟନ୍ତି। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏପର୍ଯ୍ୟନ୍ତ ପିଲା ପୁଅ କିମ୍ବା ଝିଅ ହେବ ତାହା ଆମେ ଜାଣିନାହୁଁ।
ଜାଣିବାର ନାହିଁ ମଧ୍ୟ। ଯିଏ ବି ଆସୁ ସେ ସୁସ୍ଥ ହେବା ଉଚିତ ମାନ୍ ଆହୁରି ବି କହିଛନ୍ତି ଯେ ‘‘ସ୍ୱାସ୍ଥ୍ୟ ହେଉଛି ପ୍ରକୃତିର ସବୁଠାରୁ ବଡ଼ ଉପହାର। ବାସ୍ କେବଳ ଏହା ପ୍ରାର୍ଥନା କରନ୍ତୁ ଯେ ପିଲା ସୁସ୍ଥ ହେଉ। ଏ ପୁଅ, ଝିଅ ଚକ୍କରରେ କୁଆଡ଼େ ପଡ଼ିଗଲେ! କ’ଣ ଜଣାଅଛି ପିଲା ରୂପରେ ନାରାୟଣ ଆସିଯିବେ କାଳେ।’’

