କିଏ କେତେ ସିଟ୍ ପାଇବେ ?

ରାଜ୍ୟ ରାଜନୀତିରେ ତମ୍ବି ତୋଫାନ। ଘନ ଘନ ବୈଠକ। ହେଲେ ଏଯାଏଁ ବାହାରିଲାନି ନିଷ୍କର୍ସ। ମେଣ୍ଟକୁ ନେଇ ଚର୍ଚ୍ଚା ଯେତିକି ଘନଉଛି, ସିଟ୍ ଗଣିତ ବି ସେତିକି ଜଟିଳ ହେଉଛି। ବିଜେପି ଓ ବିଜେଡି ମେଣ୍ଟ ହେଲେ, କିଏ କେତେ ସିଟ୍ ପାଇବେ ? ରିପିଟ୍ ହେବ କି ପୁରୁଣା ମେଣ୍ଟ ବେଳର ଫର୍ମୁଲା ? ନା ତିଆରି ହେବ ନୂଆ ଥିଓରୀ ? ଫାଇଦାରେ ରହିବ କିଏ ?

ଏମିତି ଅନେକ ପ୍ରଶ୍ନ ଏବେ ରାଜନୈତିକ ମହଲରେ ଘୁରି ବୁଲୁଛି। ସୂତ୍ର ଅନୁଯାୟୀ ବିଜେଡି ଲୋକସଭା ସିଟ୍ ରେ ସର୍ବାଧିକ ସଂଖ୍ୟା ବିଜେପିକୁ ଛାଡିବ। ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁଯାୟୀ, ମୋଟ୍ ୨୧ ଲୋକ ସଭା ସିଟ୍ ରୁ ୧୩ ସିଟ୍ ରେ ବିଜେପି ଓ ୮ ଟିରେ ବିଜେଡି କିମ୍ବା ୧୪-୭ରେ ଲଢିବା ନେଇ ଅଙ୍କ କଷା ଚାଲିଛି।
ସେପଟେ ବିଧାନସଭାର ୧୪୭ ସିଟରୁ ବିଜେଡି ଏକାକୀ ୧୦୦ ପ୍ଲସ୍ ସିଟରେ ବିଧାନସଭାରେ ଲଢିବାକୁ ଦଳର ସିନିୟର ଲିଡରମାନେ ମୁଖିଆଙ୍କୁ ପ୍ରସ୍ତାବ ଦେଇଛନ୍ତି। ଗତକାଲି ନବୀନ ନିବାସରେ ବସିଥିବା ବୈଠକରେ ରାଜ୍ୟରେ ସରକାର ଗଠନ ଯେପରି ବିଜେଡି ସିଙ୍ଗଲ ମେଜରିଟିରେ କରିବ ସେନେଇ ଆଲୋଚନା ହୋଇଛି। ଯାହାଫଳରେ ବିଜେପି ଭାଗରେ ବିଧାନସଭା ସିଟ୍ ସଂଖ୍ୟା ସର୍ବାଧିକ ୪୭ ପଡିପାରେ। ତେବେ ମୋଦିଙ୍କ ଲୋକପ୍ରିୟତା ଓ ସର୍ଭେ ରିପୋର୍ଟକୁ ଆଧାର କରି ବିଜେପି ଅଧିକ ସିଟ୍ ଡିମାଣ୍ଡ କରୁଥିବା ଚର୍ଚ୍ଚା ହେଉଛି।୨୦୧୯ରେ ବିଜେପି ୨୩ଟି ବିଧାନସଭା ସିଟରେ ବିଜୟୀ ହୋଇଥିଲା। ପ୍ରାୟ ୩୦ଟି ସିଟ୍‌ରେ କ୍ଲୋଜ୍ ଫାଇଟ୍ ଦେଇଥିଲା। ଏଥର ଦଳ କୋର୍ସ କରେକସନ୍ କରି ସେ ସବୁ ସିଟରେ ଜିତିବା ଲକ୍ଷ୍ୟରେ ରହିଛି। ବିଭିନ୍ନ ସର୍ଭେ ରିପୋର୍ଟ କହୁଛି, ବିଜେଡିର ଲୋକପ୍ରିୟତା ପୂର୍ବାପେକ୍ଷା କମିଛି।

ସେହିକ୍ରମରେ ମୋଦିଙ୍କ କ୍ରେଜ୍ ଏବେବି ଅତୁଟ ଥିବାରୁ ଓଡିଶା ଭୋଟର ବିଜେପି ମୁହାଁ। ଏହାକୁ ଆଧାର କରି ବିଜେପି ୫୦ରୁ ଅଧିକ ବିଧାନସଭା ସିଟ୍ କେନ୍ଦ୍ର ନେତୃତ୍ୱ ପାଖରେ ଦାବି କରିବା ଯଥାର୍ଥ ବୋଲି କୁହାଯାଉଛି। ଏସବୁ ଭିତରେ ଅଡୁଆ ସିଟ୍ ସେୟାରିଂ ଗଣିତକୁ ଶାହା ସମାଧାନ କରିବେ ବୋଲି ଆଶା ରଖିଛନ୍ତି ରାଜ୍ୟ ନେତୃତ୍ୱ ।ମେଣ୍ଟର ଗୁରୁତ୍ବ ପୂର୍ଣ୍ଣ ଦିଗ ହେଲା ସିଟ୍ ସେୟାରିଂ। ଯାହାକୁ ନେଇ ଉଭୟ ବିଜେପି ଓ ବିଜେଡି କସରତ ଆରମ୍ଭ କରିଦେଇଛନ୍ତି। ତେବେ କେବେ ସୁଦ୍ଧା ଚୁଡାନ୍ତ ନିଷ୍ପତ୍ତି ଆସି ଚର୍ଚ୍ଚାରେ ବିରାମ ଲାଗୁଛି ତାଉପରେ ନଜର।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!