ଲକି ଡେ ଡ୍ରରେ ୨୪୦ କୋଟି ଟଙ୍କା ପୁରସ୍କାର

ଜଣେ ଭାରତୀୟଙ୍କ ଭାଗ୍ୟ ରାତାରାତି ବଦଳିଯାଇଛି, ଯାହାକୁ ନେଇ ଜାତୀୟରୁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।କେରଳର ୨୯ ବର୍ଷୀୟ ପ୍ରବାସୀ ଭାରତୀୟ ଦୁବାଇ ଇତିହାସର ସବୁଠୁ ବଡ଼ ଲଟେରି ଜିତିଛନ୍ତି । ଅନେକ ବର୍ଷ ଧରି ଆବୁଧାବିରେ ରହୁଥିବା ଅନିଲ କୁମାର ବୋଲା ଗତ ୧୮ ତାରିଖରେ ଆୟୋଜିତ ୨୩ତମ ଲକି ଡେ ଡ୍ରରେ ୨୪୦ କୋଟି ଟଙ୍କା ପୁରସ୍କାର ରାଶି ଜିତିଛନ୍ତି । ଏହାପରେ ଅନିଲ କୁମାରଙ୍କ ପାଇଁ ତାଙ୍କ ଜୀବନ ବଦଳାଇଦେଇଛି ।

ଅନିଲ କୁମାର ବୋଲାଙ୍କ ଲଟେରି ନମ୍ବର ଥିଲା ୮୮୩୫୩୭୨ । ଏନେଇ ଅନିଲ କୁହନ୍ତି ସେ ଘରେ ଥିଲେ ଯେତେବେଳେ ୟୁଏଇ ଲଟେରି ଦଳ ତାଙ୍କୁ ଲଟେରି ଜିତିଥିବା ଜଣାଇଥିଲେ । ହେଲେ ପ୍ରଥମେ ସେ ଏହାକୁ ସାଇବର ଠକ କିମ୍ବା କେହି ମଜା କରୁଛନ୍ତି ବୋଲି ଭାବିଥିଲେ । ବାରମ୍ବାର ଲଟେରି ବିଷୟରେ ପଚାରିଥିଲି ଏବଂ ଶେଷରେ କନଫର୍ମ ହୋଇଥିଲି ଯେ ମୁଁ ଜିତିଛି । ମୋତେ ଏବେ ବି ବିଶ୍ବାସ ହେଉନି ଯେ ମୁଁ ୨୪୦ କୋଟି ଜିତିଛି

Post Views64 Total Count

Apply Now


This will close in 0 seconds

error: Content is protected !!