ଆସନ୍ତା ୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଫେବ୍ରୁଆରୀ ୬ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ୬ତାରିଖ ସନ୍ଧ୍ୟାରେ ବୀରମିତ୍ରପୁରରେ ତାଙ୍କୁ ସ୍ୱାଗତ କରାଯିବ।
କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ରେ ଓଡ଼ିଶାର ୪ଟି ଜିଲ୍ଲାରେ ପଦଯାତ୍ରା କରିବେ। କିଛି ଦିନ ତଳେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ନିଜର ଏକ୍ସ ହ୍ୟାଣ୍ଡେଲରେ ଏ ସମ୍ପର୍କରେ ସୂଚନା ଦେଇଥିଲେ।

ସେ କହିଥିଲେ- ରାହୁଲ ଗାନ୍ଧି ଝାଡ଼ଖଣ୍ଡର ଜାମସେଦପୁର ବାଟ ଦେଇ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ପ୍ରବେଶ କରିବେ । ସେ ଓଡ଼ିଶାର ୩୪୧ କିମି ରାସ୍ତାକୁ ଅତିକ୍ରମ କରିବେ । ଏଥିରେ ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ରହିଛି । ଝାରସୁଗୁଡ଼ା ଜିଲ୍ଲାରେ ସେ ଅଧିକ ସମୟ ବିଶ୍ରାମ ନେବାର କାର୍ଯ୍ୟକ୍ରମ ରହିଛି । ଝାରସୁଗୁଡ଼ା ଅତିକ୍ରମ କରି ସେ ଛତିଶଗଡ଼ ଭିତରେ ପ୍ରବେଶ କରିବେ ।

୬ ତାରିଖ ସନ୍ଧ୍ୟାରେ ରାହୁଲ ଗାନ୍ଧି ବୀରମିତ୍ରପୁରରେ ପହଞ୍ଚିବେ। ସେହିଠାରେ ତାଙ୍କୁ ସ୍ୱାଗତ କରାଯିବ। ୩ଟି ସାଂଗଠନିକ ଜିଲ୍ଲାରେ ରାହୁଲଙ୍କର ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ରହିଛି। ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ୭ ଓ ୮ରେ କାର୍ଯ୍ୟକ୍ରମ ରହିଛି। ରାଉରକେଲାରେ ରାହୁଲ ଗାନ୍ଧି ରୋଡ ଶୋ’ କରିବେ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!