ଛତିଶଗଡ଼ରେ ମାଓବାଦୀଙ୍କ ବଡ଼ ହମଲା : ୩ ଯବାନ ସହିଦ

ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ଆଜି ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଏକ ନବନିର୍ମିତ କ୍ୟାମ୍ପ ଉପରେ ଆକ୍ରମଣ କରିବାରୁ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଆହତ ଯବାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ବିଜାପୁର-ସୁକମା ସୀମାନ୍ତ ଜୋନାଗୁଡ଼ା ଓ ଅଲୀଗୁଡ଼ା ନିକଟରେ ନକ୍ସଲମାନଙ୍କର ଉପସ୍ଥିତି ନେଇ ଯବାନମାନେ ଶିବିର ଲଗାଇବା ସହିତ ସ୍ଥାନୀୟ ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲେ। ତେବେ ସେଠାରେ ବ୍ୟାପକ ଭାବେ ମାଓବାଦୀମାନେ ଥିବାରୁ ସେମାନେ ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା।

ମାଓବାଦୀମାନଙ୍କର ସଂଖ୍ୟା ଅଧିକ ଥିବାରୁ ସେମାନେ ସୁରକ୍ଷା ବାହିନୀର ଯବାନମାନଙ୍କୁ ସଫଳତାର ସହିତ ମୁକାବିଲା କରିପାରିଥିଲେ। ଫଳରେ ସେମାନଙ୍କର ଗୁଳିରେ ୩ ଜଣ ଯବାନ ସହିଦ ହେବା ସହ ଅନ୍ୟ ୧୪ ଯବାନ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ଜଗଦଲପୁରକୁ ଏୟାରଲିଫ୍ଟ କରାଯାଇଛି।

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!