ଲୋକସଭା ବାଚସ୍ପତି ପାଇଁ ଆଜି ନାମାଙ୍କନ

ଲୋକସଭା ବାଚସ୍ପତି ପଦ ପାଇଁ ଆଜି ହେବ ନାମାଙ୍କନ ଦାଖଲ । ଦିନ ୧୨ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବାର ସମୟ ଧାର୍ଯ୍ୟ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ବାଚସ୍ପତିଙ୍କ ନାମ ଘୋଷଣା କରିପାରନ୍ତି ।

ବାଚସ୍ପତି ନାମାଙ୍କନ ରେ ସବୁଠୁ ଚର୍ଚ୍ଚିତ ଚେହେରା ହେଉଛନ୍ତି ଓମ୍ ବିର୍ଲା, ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଡି ପୁରନ୍ଦେଶ୍ୱରୀ, ବରିଷ୍ଠ ବିଜେପି ନେତା ରାଧାମୋହନ ସିଂହ ଏବଂ ଭର୍ତ୍ତୃହରି ମହତାବ । ଲୋକସଭା ବାଚସ୍ପତି ନିର୍ବାଚନ ହେବ ପର୍ଯ୍ୟନ୍ତ ଭର୍ତୃହରି ମହତାବଙ୍କୁ ଅସ୍ଥାୟୀ ବାଚସ୍ପତି ରୂପେ ନିଯୁକ୍ତ କରାଯାଇଛି । ୧୮ତମ ଲୋକସଭାର ପ୍ରଥମ ଅଧିବେଶନ କାଲିଠୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ୨୮୦ ଜଣ ଲୋକସଭା ସାଂସଦ ଶପଥ ନେଇଛନ୍ତି । ଜୁନ ୨୭ରେ ସଂସଦର ମିଳିତ ଅଧିବେଶନ ହେବାକୁ ଥିବାବେଳେ ସେଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

Post Views83 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!