ଥମିବାରେ ନାଁ ଧରୁନି ଯୁଦ୍ଧ । ହିସ୍ରଂ ହେଉଛି ହମାସ । ବର୍ତ୍ତମାନ ପଣବନ୍ଦୀଙ୍କୁ ହମାସ ହତ୍ୟା କରୁଥିବା ଦେଖିବାକୁ ମିଳିଛି । ଗତ ଅକ୍ଟୋବର ୭ରେ ହମାସ ଦ୍ବାରା ଅପହୃତ ଜଣେ ମହିଳାଙ୍କ ଶବକୁ ପାଇଛନ୍ତି ଇସ୍ରାଏଲ ବାହିନୀ । ସେହି ମହିଳାଙ୍କ ନାମ ୟେହୁଦିତ ଓ୍ବେସ । ଦକ୍ଷିଣ ଇସ୍ରାଏଲର କିବୁଜ ଅଞ୍ଚଳରୁ ତାଙ୍କୁ ହମାସ ଆତଙ୍କୀ ଅପହୃତ କରିଥିଲେ । ଶିଫା ହସ୍ପିଟାଲ ନିକଟରୁ ତାଙ୍କ ଶବ ମିଳିଛି । ଇସ୍ରାଏଲ ବାହିନୀ ଠିକ୍ ସମୟରେ ସେହି ସ୍ଥାନରେ ପହଞ୍ଚି ନପାରିବାରୁ ହମାସ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିଲେ ବୋଲି କୁହାଯାଇଛି । ପୂର୍ବରୁ ତାଙ୍କ ସ୍ବାମୀଙ୍କୁ ତାଙ୍କ ଘରେ ହମାସ କର୍ମୀ ହତ୍ୟା କରିଥିଲେ । ହମାସ ଦ୍ବାରା ଅପହୃତ ୨୪୦ ବ୍ୟକ୍ତି ମଧ୍ୟରେ ଅନ୍ୟତମ ଥିଲେ ଓ୍ବେସ । ବର୍ତ୍ତମାନ ଅଲ ଶିଫା ହସ୍ପିଟାଲକୁ ଆଇଡିଏଫ ବୁଲଡୋଜର ସାହାଯ୍ୟରେ ଅକ୍ତିଆର କରିବା ସହ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।
Related Posts
Judge dismisses lawsuit over unethical medicine release
Dolor sit amet, consectetur adipiscing elit. Odio ac neque fermentum morbi. Aenean lectus eu, arcu,…
ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ ଯିବେ ଗ୍ରୁପ୍ କ୍ୟାପ୍ଟେନ ଶୁଭାଂଶୁ
ମହାକାଶ ଯାତ୍ରାରେ ଆଉ ଏକ ଅଧ୍ୟାୟ ରଚିବ ଭାରତ । ପ୍ରଥମ ଭାରତୀୟ ଭାବେ ୪୦ ବର୍ଷ ପରେ ଅନ୍ତର୍ଜାତୀୟ…
ସୁରକ୍ଷା କର୍ମଚାରୀଙ୍କ ଗୁଳିରେ ୧୨ ଜଣ ପାକିସ୍ତାନୀ ନାଗରିକଙ୍କର ମୃତ୍ୟୁ
ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣର ପ୍ରତିବାଦରେ ଏହି ବିକ୍ଷୋଭ କରାଯାଇଥିଲା। ପାକିସ୍ତାନର ଆର୍ଥିକ କେନ୍ଦ୍ର କରାଚିରେ ପ୍ରଦର୍ଶନକାରୀମାନେ କୂଟନୈତିକ ପରିସରରେ…

