ଯୁଦ୍ଧଭୂମିରୁ ଜୀବନ ବଞ୍ଚାଇ ଫେରିଲେ ଓଡ଼ିଆ । ଅପରେସନ ଅଜୟର ପ୍ରଥମ ପର୍ଯ୍ୟାୟରେ ଫେରିଲେ ୯ ଓଡ଼ିଆଙ୍କ ସମେତ ୨୧୨ ପ୍ରବାସୀ । ଦିଲ୍ଲୀରେ ବଖାଣିଛନ୍ତି ଛାତିଥରା ଯୁଦ୍ଧର କଥା । ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଇସ୍ରାଏଲର ବିଭିନ୍ନ ସ୍ଥାନରେ ବାଜିଥିଲା ସାଇରନ । ସାଇରନ ଶୁଣିବା ପରେ ସେଲଟରରେ ରହିଥିଲେ ଭାରତୀୟ । ମାତ୍ର ଆଣ୍ଟି ମିସାଇଲ ସିଷ୍ଟମ ଯୋଗୁ ଜୀବନ ଥିଲା ନିରାପଦ । ସେମାନଙ୍କୁ ଇସ୍ରାଏଲରେ ସମସ୍ତ ସୁବିଧା ଦେଇ ରଖାଯାଇଥିଲା । ଓଡ଼ିଆଙ୍କ ମଧ୍ୟରେ ନୟାଗଡ଼, ସୋନପୁର, କଟକ ଆଦି ଜିଲ୍ଲାରୁ ୯ ଜଣ ଅଛନ୍ତି । ଏୟାରପୋର୍ଟ ରେ ପହଞ୍ଚିବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଛି ।
Related Posts
ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୧୭ ବର୍ଷ ଲେଖାଏଁ ଜେଲଦଣ୍ଡ
ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ତୋଶାଖାନା-୨ ମାମଲାରେ ପାକିସ୍ତାନ ତେହେରିକ୍-ଏ-ଇନସାଫ୍ (ପିଟିଆଇ) ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ…
ନାସାରୁ ଅବସର ନେଲେ ସୁନିତା ୱିଲିୟମ୍ସ
ଭାରତୀୟ ବଂଶୋଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ନାସାରୁ ଅବସର ନେଇଛନ୍ତି। ତାଙ୍କର ୧୦ ଦିନିଆ ମହାକାଶ ମିଶନ ଆନ୍ତର୍ଜାତୀୟ ମହାକାଶ…
ଆଫଗାନିସ୍ତାନରେ ଭୂମିକମ୍ପ, ୮୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ
ରବିବାର ମଧ୍ୟରାତ୍ରିରେ ଆଫଗାନିସ୍ତାନର ପୂର୍ବ ଅଞ୍ଚଳରେ ଭୟଙ୍କର ଭୂମିକମ୍ପ ହୋଇଛି । ଏହି ଭୂକମ୍ପରେ ଅତି କମରେ ୮00 ଲୋକଙ୍କ…

