ଆମେରିକାର ଫ୍ଲୋରିଡ଼ାରେ ତାଣ୍ଡବ ରଚିଲା ତୋଫାନ

ଆମେରିକାର ଫ୍ଲୋରିଡ଼ାରେ ତୋଫାନ ରଚିଲା ତାଣ୍ଡବ । କ୍ରୁଜ ସିପରେ ଉଡିଲା ଚେୟାର । ପୋର୍ଟରେ ଥିବା ରୟାଲ କାରିବେନ କ୍ରୁଜ ସିପରେ ଚେୟା, ଲାଉଞ୍ଜ ଟେବୁଲ ଉଡିଯାଇଥିଲା । ପବନ ଯୋଗୁ ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ ପଡ଼ିଯାଇଥିବା ବେଳର ଭିଡିଓ  ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କ୍ରୁଜରେ ଯାତ୍ରୀମାନେ ବୋର୍ଡ ହେବା ପରେ ଝଡ଼ ତୋଫାନ ଯୋଗୁ କେତେଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଆମେରିକାର ମିଡୱେଷ୍ଟ ଏବଂ ସାଉଥରେ ଘୂର୍ଣ୍ଣିବଳୟର ପ୍ରଭାବ ଦେଖାଯାଇଛି । ୧୨ରୁ ଅଧିକ ଘର ଭାଙ୍ଗି ଥିବା ବେଳେ ଇଣ୍ଡିଆନା ଏବଂ ଆରକାନାସରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!