ରାଷ୍ଟ୍ରପତି ପୁରସ୍କାର ଘୋଷଣା

ସାଧାରଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତିଙ୍କ ପୁରସ୍କାର ଘୋଷଣା । ଓଡିଶାରୁ ୧୯ ପୋଲିସ ପାଇବେ ରାଷ୍ଟ୍ରପତି ପୁରସ୍କାର । ଉତ୍କୃଷ୍ଟ ସେବା ପାଇଁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର । ସାହସିକତା ପାଇଁ ୬ ପୋଲିସକୁ ମିଳିବ ପୁରସ୍କାର । ସେହିପରି ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିବ ପୁରସ୍କାର।

ସେହିପରି ଅନ୍ୟରାଜ୍ୟ ମଧ୍ୟରେ ଅରୁଣାଚଳ ପ୍ରଦେଶରୁ ୩, ଆସାମରୁ ୧୫, ବିହାରରୁ ୯, ଛତିଶଗଡ଼ରୁ ୨୨, ଦିଲ୍ଲୀରୁ ୨୦, ଗୋଆରୁ ଜଣେ, ଗୁଜରାଟରୁ ୧୧, ହରିୟାଣାରୁ ୯, ଝାଡଖଣ୍ଡ ୧୨, କର୍ଣ୍ଣାଟକରୁ ୨୧, କେରଳରୁ ୧୧, ମଧ୍ୟପ୍ରଦେଶରୁ ୨୧, ମହାରାଷ୍ଟ୍ରରୁ ୪୩, ମଣିପୁରରୁ ୮, ମେଘାଳୟରୁ ୩, ମିଜୋରାମ୍‌ରୁ ୪, ନାଗାଲଣ୍ଡରୁ ୪, ଓଡିଶାରୁ ୧୯, ପଞ୍ଜାବ ୧୭, ରାଜସ୍ଥାନରୁ ୧୭, ସିକ୍କିମରୁ ୨, ତାମିଲନାଡୁରୁ ୨୩, ତେଲେଙ୍ଗାନାରୁ ୧୪, ତ୍ରିପୁରାରୁ ୭, ଉତ୍ତରପ୍ରଦେଶରୁ ୯୫, ଉତ୍ତରାଖଣ୍ଡ ୫, ପଶ୍ଚିମବଙ୍ଗରୁ ୨୨ ଜଣ ପୁରସ୍କାର ପଦକ ପାଇଁ ମନୋନୀତ ହୋଇଛନ୍ତି । ସେହିପରି କେନ୍ଦ୍ରଶାସିତ ରାଜ୍ୟ ମଧ୍ୟରୁ ଆଣ୍ଡାମନ ଓ ନିକୋବରରୁ ୩, ଚଣ୍ଡିଗଡରୁ ୨, ଲଦାଖରୁ ୨, ପୁଣ୍ଡୁଚେରୀରୁ ୩, ଜାମ୍ମୁ ଓ କାଶ୍ମୀରରୁ ୨୭ ଜଣ ରହିଛନ୍ତି ।

Post Views1 Total Count

Apply Now


This will close in 0 seconds

error: Content is protected !!