ଦଳର ଜିଲ୍ଲା ସଂପାଦକ ଥିବା ଅଭିନ୍ନ ସୁନ୍ଦର ପାତ୍ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ନିଜର ଇସ୍ତଫାପତ୍ର । ମୂରବୀଶୂନ୍ୟ ଦଳରେ ଥିବା ଗୋଷ୍ଠୀ କନ୍ଦଳ ଏବଂ ନିଜ ନିଜ ସ୍ବାର୍ଥରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତା ଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି ।
ସେହିପରି ନିର୍ବାଚନବେଳେ ଟିକେଟ ବଣ୍ଟନରେ ପକ୍ଷପାତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଦଳ ସଂପୂର୍ଣ୍ଣ ହାରିଯାଇଥିଲା ବୋଲି ଅଭିନ୍ନ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ୨୦୧୯ରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ଏବେ ମୟୂରଭଞ୍ଜ ସେଣ୍ଟ୍ରାଲ କୋଅପରେଟିଭର ନିର୍ଦ୍ଦେଶକ ମଧ୍ୟ ଅଛନ୍ତି ଅଭିନ୍ନ। ତେବେ ଅଭିନ୍ନଙ୍କ ଆଗକୁ କି ରଣନୀତି ରହିବ, ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ଅଭିନ୍ନଙ୍କ ଅଭିଯୋଗ ନେଇ ବିଜେଡି ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

