ନୀତା ମୁକେଶ ଅମ୍ବାନୀ କଲଚରାଲ କଲଚରାଲ ଉଦଘାଟନୀ ସମାରୋହରେ ଅନ୍ତର୍ଜାତୀୟ ବାଲୁକା କଳାକାର ତଥା ଆନିମେଟର ମାନସ କୁମାର ସାହୁ ନିକଟରେ ତାଙ୍କର ଅବିଶ୍ୱସନୀୟ ବାଲି ଆନିମେସନ୍ ପ୍ରଦର୍ଶନ କରିଥିଲେ। ତାଙ୍କ କଳାକୁ ଭୂୟସୀ ପ୍ରଶଂସା କରିଥିଲେ ହଲିଉଡ଼ ଅଭିନେତା ତଥା ସ୍ପାଇଡର ମ୍ୟାନ ଫେମ ଟମ ହଲାଣ୍ଡ । ତାଙ୍କର ଏହି ଅବିଶ୍ୱସନୀୟ କଳାକାରିଗରୀଙ୍କୁ ସେ ଚମତ୍କାର ବୋଲି କହିବା ସହ ଏହା ତାଙ୍କ ପାଇଁ ସ୍ମରଣୀୟ ରହିବ ବୋଲି ମଧ୍ୟ କହିଥିଲେ।
ଏହି କାର୍ଯ୍ୟକ୍ରମରେ ବିଶ୍ୱର ବହୁ ପ୍ରଖ୍ୟାତ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏବଂ ସେମାନେ ମାନସର ଯାଦୁକରୀ କଳାର ପରିଚୟ ଓ ଓଡ଼ିଶାର ସଂସ୍କୃତି ଏବଂ ଉତ୍ତରାଧିକାର ଉପରେ ଆଧାରିତ ଥିମ୍ ଚିତ୍ରଣ କରୁଥିବା ବାଲୁକା କଳା ଦେଖିଥିଲେ ।
ମାର୍ଚ୍ଚ 31 ରେ ଉଦ୍ଘାଟିତ ହୋଇଥିବା ନୀତା ମୁକେଶ ଅମ୍ବାନୀ କଲଚରାଲ ସେଣ୍ଟର କେନ୍ଦ୍ର ସାରା ବିଶ୍ୱରୁ ବହୁ ପ୍ରସିଦ୍ଧ ହଲିଉଡ ଏବଂ ବଲିଉଡ ଅଭିନେତା, ବ୍ୟବସାୟୀ, ସେଲିବ୍ରିଟି ଏବଂ କ୍ରୀଡ଼ାବିତଙ୍କୁ ଆକର୍ଷିତ କରିଥିଲା | ଏହି ଚାରି ଦିନିଆ କାର୍ଯ୍ୟକ୍ରମରେ, ପ୍ରାୟ ସମସ୍ତ ସେଲିବ୍ରିଟି ଯେଉଁମାନେ ସାହୁଙ୍କ ବାଲୁକା ଆନିମେସନ୍ ଦେଖିଥିଲେ, ତାଙ୍କୁ ତାଙ୍କ କଳା ପାଇଁ ପ୍ରଶଂସା କରିଥିଲେ କରିପାରିନଥିଲେ ।
A memorable moment with Tom Holland, the Hollywood Actor who played the character of Spider Man , at the NMACC inauguration Ceremony on 31st Mar 2023, held at Mumbai where my Sand Animation presentation on Odisha's Culture & Heritage reached heights of appreciation by one & all pic.twitter.com/VqJ1ta7KpD
— Manas sahoo (@SandArtistManas) April 3, 2023

