ବାପା ହେବେ ରାମଚରଣ

ବାପା ହେବେ ସାଉଥ ସୁପରଷ୍ଟାର ରାମଚରଣ । ଦୁବାଇରେ କଲେ ଉପାସନାଙ୍କ ଗୋଦଭରାଇ କାର୍ଯ୍ୟକ୍ରମ । ସାଉଥ ସୁପରଷ୍ଟାର ରାମ ଚରଣ ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି ।

ଗତ ବର୍ଷ ଡିସେମ୍ବରରେ ତାଙ୍କ ପତ୍ନୀ ଉପାସାନା କାମିନେନି କୋନିଡେଲାଙ୍କ ଗର୍ଭଧାରଣ ବିଷୟରେ ଅଭିନେତା ସୂଚନା ସେୟାର କରିଥିଲେ । ନିକଟରେ ଦୁବାଇରେ ତାଙ୍କ ପତ୍ନୀ ଉପାସନାଙ୍କ ଗୋଦଭରାଇ କାର୍ଯ୍ୟକ୍ରମ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ଯାହାର ଚିତ୍ର ଏବେ ସାମ୍ନାକୁ ଆସିଛି ।

ବିବାହର ୧୦ ବର୍ଷ ପରେ ରାମଚରଣ ବାପା ହେବାକୁ ଯାଉଥିବାରୁ ଉଭୟ ଖୁସି ଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ଉପାସନା ଏକ ଧଳା ରଙ୍ଗର ଡେ଼୍ରସ ପିନ୍ଧିବା ସହ ଏକ ଚଷମା ପିନ୍ଧିଛନ୍ତି, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ଗତ ଡିସେମ୍ବରରେ ତାଙ୍କ ପତ୍ନୀ ଉପାସନାଙ୍କ ଗର୍ଭଧାରଣ ବିଷୟରେ ଅଭିନେତା ରାମଚରଣ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ରାମ ଚରଣ ‘ନାଟୁ-ନାଟୁ’ ଗୀତର ଓସ୍କାର ବିଜେତା ପାଇଁ ଶ୍ରେୟ ତାଙ୍କ ପତ୍ନୀଙ୍କୁ ଦେଇଛନ୍ତି । ରାମଚରଣ ଏକ ସାକ୍ଷାତକାରରେ କହିଥିଲେ, ‘ମୋ ପତ୍ନୀ ମୋ ପାଇଁ ସବୁବେଳେ ଭାଗ୍ୟବାନ ଅଟନ୍ତି । ଆଗକୁ ଆସୁଥିବା ମୋ ପିଲା ଆହୁରି ଭାଗ୍ୟବାନ ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!