ପରିକ୍ରମା ପ୍ରକଳ୍ପ ପାଇଁ ଅଙ୍କୁରପୂଜନ  

ଚଳଚଞ୍ଚଳ ପୁରୀ  । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜି ହେବ ଅଙ୍କୁରପୂଜନ । ପୌଷ ଶୁକ୍ଳ ତୃତୀୟା ଅବସରରେ ସାରା ଦିନ ଚାଲିବ ବିଧି । ଗତକାଲିଠାରୁ ଆରମ୍ଭ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯଜ୍ଞ ପ୍ରକ୍ରିୟା । ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ମଙ୍ଗଳାରୋପଣ ସମାପନ କରାଯାଇଥିଲା । ପୂଜା ବିଧି ସମ୍ପନ୍ନ ପରେ ଗୁଆ, ପଇତା, ନଡିଆ, ବସ୍ତ, ମୁଦି, ପାତ୍ର ଓ ଯଜ୍ଞ ପାଇଁ ପାତ୍ରୀ, ପ୍ରଧାନ ଆଚାର୍ଯ୍ୟଙ୍କୁ ପ୍ରଦାନ କରିଥିଲେ ଗଜପତି ମହାରାଜା ।

ଶ୍ରୀହସ୍ତରେ ଏହି ଭବ୍ୟ ଓ ଦିବ୍ୟ ଗୁଆ, ନଡିଆ ପଇତା ଆଦି ପ୍ରଥମେ ପ୍ରଧାନ ଆଚାର୍ଯ୍ୟଙ୍କୁ ପ୍ରଦାନ କରିଥିଲେ ଗଜପତି । ପରେ ପ୍ରଧାନାଚାର୍ଯ୍ୟ ଗଜପତିଙ୍କ ପ୍ରତିନିଧି, ପ୍ରଚାରକ, ପୁସ୍ତାକାଚାର୍ଯ୍ୟ, ମଣ୍ଡଳାଚାର୍ଯ୍ଯ, ଶ୍ରୀମନ୍ଦିର ପୁରୋହିତ, ଆଚାର୍ଯ୍ୟ, ସଂଯୋଜକଙ୍କୁ ବରଣ କାର୍ଯ୍ୟ ସମାପନ କକରାଯାଇଥିଲା । ପୂର୍ବରୁ ପଞ୍ଚଵର୍ଣ୍ଣ ମୁରୁଜରେ ମଣ୍ଡଳ କରାଯାଇଥିଲା ।

Post Views42 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!