ସମଲେଇ ପ୍ରକଳ୍ପର ସମୀକ୍ଷା କଲେ ଭିକେ ପାଣ୍ଡିଆନ୍

ସମ୍ବଲପୁର ଗସ୍ତରେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ମା’ଙ୍କୁ ଦର୍ଶନ କରିବା ସହ ସମଲେଇ ସମଲେଇ ପ୍ରକଳ୍ପ ବୁଲି ଦେଖି ଅଗ୍ରଗତି କାଯ୍ୟର ସମୀକ୍ଷା କରିଛନ୍ତି । ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପର ଉଦ୍ଘାଟନ କରାଯିବ । ମା’ଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ ।

ଉଦ୍ଘାଟନ ପାଇଁ ଯେଉଁ ସମୟ ଧାଯ୍ୟ କରାଯାଇଛି, ସେହି କାମ କେତେ ଦୂର ଗଲା ତାହା ସମୀକ୍ଷା କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ସକାଳେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଥିଲେ । ଏହା ପରେ ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ।

ଏହି ସମୀକ୍ଷା ବୈଠକରେ ଆରଡିସିଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ, ମହାନଗର ନିଗର କମିଶନର ଉପସ୍ଥିତ ଥିଲେ । ଏହା ପରେ ମା’ ସମଲେଶ୍ୱରୀ ମନ୍ଦିରକୁ ଯାଇଥିଲେ ଫାଇଭ୍-ଟି ଅଧ୍ୟକ୍ଷ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!