ମହାପ୍ରଭୁଙ୍କ ନିର୍ଦ୍ଦେଶରେ ନବୀନଙ୍କ ଉଦ୍ୟମରେ

ବିଶ୍ୱମୈତ୍ରୀ ହେଉ କି ବସୁଧୈବ କୁଟୁମ୍ବକମ ।‌ ବିଶ୍ବଚେତନାର ମୂଳମନ୍ତ୍ରରେ ଦୀକ୍ଷିତ ଜଗନ୍ନାଥ ଚେତନା ମାନବବାଦକୁ ଆଧ୍ୟାତ୍ମିକ ଚେତେନାର ମୂଳଭିତ୍ତି ଭାବେ ପ୍ରତିଷ୍ଠିତ କରିଛି । ଜଗନ୍ନାଥ । ଏକ ଅନନ୍ତ ରହସ୍ୟ ସବୁ ଚେତନାର ଆରମ୍ଭ, ପ୍ରତି ନିଶ୍ବାସର ପୂର୍ଣ୍ଣଛେଦ । ଓଡ଼ିଆ ଜାତି ମହାପ୍ରଭୁଙ୍କୁ କେବେ ମୂର୍ତ୍ତିଟିଏ ବୋଲି ଭାବିନାହିଁ, ଭାବିଛି ଆପଣାର ମଣିଷ, ଅନ୍ତରର ପ୍ରାଣ । ପବିତ୍ର ପୁରୀ ମାଟିରେ ଠିଆ ହୋଇ କାଳିଆର ପଲକେ ଦର୍ଶନ ପାଇଁ ବିଶ୍ବର କୋଣଅନୁକୋଣରୁ ଭକ୍ତଟିଏ ଧାଇଁଆସେ । ଆଧ୍ୟାତ୍ମିକତାର ପୂଣ୍ୟ ମାଟି ନିର୍ଦ୍ଦିଷ୍ଟ ତାରିଖ, ବାର ଓ ପର୍ବାଣୀଠୁ ବହୁ ଉପରେ । ପ୍ରତିଦିନ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଚକାଆଖିକୁ ଦେଖିବାକୁ ପୁରୀ ଛୁଟିଆସନ୍ତି । ଦ୍ବାଦଶ ଶତାବ୍ଦୀରେ ନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିର କାଳକ୍ରମରେ ଜନବସତି, ଉଠାଦୋକାନୀ ଏବଂ ବିଭିନ୍ନ ମଠ ମନ୍ଦିର ଆଢୁଆଳରେ ଲୁଚି ରହୁଥିଲା । ଜନବସତିରେ ଲୁକ୍କାୟିତ ହୋଇ ରହୁଥିଲା ଶ୍ରୀମନ୍ଦିରର ଐତିହ୍ୟ, କଳା ଓ ସଂସ୍କୃତି। ପିଇବା ପାଣି ଠାରୁ ଆରମ୍ଭ କରି ଶୌଚାଳୟ ଯାଏଁ ବିଭିନ୍ନ ମୌଳିକ ସୁବିଧା ପାଇବାରୁ ବଂଚିତ ହେଉଥିଲେ ଶ୍ରଦ୍ଧାଳୁ । ଜଗା ଦର୍ଶନ କରିବାରେ ମଧ୍ୟ ଅହେତୁକ ସମସ୍ୟାର ସମ୍ମୁଖୀନ ଭୋଗୁଥିଲେ । ଏଭଳି ସ୍ଥାନରେ ଭକ୍ତମାନେ କିଭଳି ଜଗନ୍ନାଥମନସ୍କ ହେବେ ଏବଂ ଆଧ୍ୟାତ୍ମିକ ପରିବେଶରେ ଦିବ୍ୟ ଓ ଭବ୍ୟ ଅନୁଭବ ପାଇପାରିବେ ସେଥିପାଇଁ ଏ ଶତାବ୍ଦୀର ଶ୍ରେଷ୍ଠ ପରିକଳ୍ପନା ହେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଯାହାକି ପୂଣ୍ୟଭୂମିର ଗରିମାକୁ ଆହୁରି ଗୌରବ ମଣ୍ଡିତ କରିବା ସହ ସବୁଠୁ ବଡ଼ ପ୍ରକଳ୍ପ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କରି ଜଗନ୍ନାଥ ଅଧ୍ୟାୟକୁ ଆହୁରି ଆକର୍ଷଣୀୟ ଓ ଆଧ୍ୟାତ୍ମିକତାରେ ଭରିଦେଇଛନ୍ତି ରାଜ୍ୟ ସରକାର । କେମିତି ଥିଲା ପରିକ୍ରମା ପ୍ରକଳ୍ପର ଯାତ୍ରା…
ନବୀନଙ୍କ  ସ୍ବପ୍ନ


() ହଠାତ୍ କାହିଁକି ପୁରୀ ପାଇଁ ଏତେ ବଡ ଘୋଷଣା କରିଦେଲେ ମୁଖ୍ୟମନ୍ତ୍ରୀ ? ସେତେବେଳେ ଏମିତି କିଛି ପ୍ରଶ୍ନ ଅଡ଼ୁଆ ସୂତା ଭଳି ମନେ ହେଉଥିଲା । ୨୦୧୯ ମସିହାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପଛର ପ୍ରକୃତ କାରଣ ସମ୍ପର୍କରେ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍କାଳୀ ବ୍ୟକ୍ତିଗତ ସଚିବ ତଥା ବର୍ତ୍ତମାନର ଫାଇଭ-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ନବୀନଙ୍କ ଭାବ, ଭକ୍ତି ଓ ବିକାଶ ମନୋଭାବର ବଳିଷ୍ଠ ପ୍ରତିଫଳନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ୨୦୧୬ ଜାନୁଆରୀ ମାସରେ ମହାପ୍ରଭୁଙ୍କ ଦର୍ଶନରୁ ନୂଆବର୍ଷ ଆରମ୍ଭ କରିବାକୁ ପୁରୀ ଗସ୍ତ କରୁଥାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଥିରେ ଥାଆନ୍ତି ସେତେବେଳର ବ୍ୟକ୍ତିଗତ ସଚିବ କାର୍ତ୍ତିକ ପାଣ୍ଡିଆନ । ନୂଆବର୍ଷ ସମୟରେ ରାସ୍ତାର ଦୁଇ ପାଖରେ ଜଗନ୍ନାଥଙ୍କ ଫଟୋଥିବା ଅନେକ ହୋର୍ଡିଂ ଲାଗିଥାଏ । ନବୀନ ଗାଡ଼ିରେ ଯିବା ସମୟରେ ଯେଉଁଠାରେ ମହାପ୍ରଭୁଙ୍କ ଫଟୋ ଦେଖୁଥିଲେ ସେଠି ହାତ ଯୋଡ଼ି ମୁଣ୍ଡିଆ ମାରୁଥିଲେ । କାର ପଛ ସିଟରେ ବସି ନବୀନଙ୍କ ଏହି ଅନନ୍ୟ ଭକ୍ତିର ସାକ୍ଷୀ ସାଜିଥିଲେ କାର୍ତ୍ତିକ ପାଣ୍ଡିଆନ । ପୁରୀରୁ ଫେରିବା ସମୟରେ ଜଗନ୍ନାଥ ମନ୍ଦିର ପାଇଁ କିଛି କରିବାର ଆକାଂକ୍ଷାକୁ ପାଣ୍ଡିଆନଙ୍କ ଆଗରେ ବ୍ୟକ୍ତ କରିଥିଲେ ନବୀନ । ଯଦିଓ ବିଧିବଦ୍ଧ ଭାବେ ୨୦୧୯ରୁ ପରିକ୍ରମା ପ୍ରକଳ୍ପର ଆରମ୍ଭ ହୋଇଥିଲା କିନ୍ତୁ ଏହାର ନିଅଁ ପଡ଼ିଥିଲା ୨୦୧୬ ମସିହାରୁ । ସେହି ସମୟରେ ପୁରୀ ଜେଲ ସ୍ଥାନାନ୍ତର ପାଇଁ ଘୋଷଣା କରାଗଲା । ଏତେ ପୁରୁଣା ଜେଲ୍ କାହିଁକି ହଠାତ୍ ସ୍ଥାନାନ୍ତର ହେବ କେହି କିଛି ବୁଝିପାରିନଥିଲେ । ସେହି ସମୟର ଜେଲ ଏଡିଜି ମଧ୍ୟ ନିଷ୍ପତ୍ତିକୁ ନେଇ ପ୍ରଶ୍ନ କରିଥିଲେ । ହେଲେ ଏହାର କାରଣ ପରବର୍ତ୍ତୀ ସମୟରେ ଆଉ ବୁଝାଇବାକୁ ଆବଶ୍ୟକତା ପଡ଼ିନଥିଲା ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!