‘ମହିଳା ଚାଷୀଙ୍କୁ ସମ୍ମାନ ଦେବା ଆମ ସମସ୍ତଙ୍କ ଦାୟିତ୍ବ’

ଆରମ୍ଭ ହୋଇଛି କୃଷି ଓଡ଼ିଶା-୨୦୨୪  । ଭୁବନେଶ୍ବର ଜନତା ମଇଦାନରେ କାର୍ଯ୍ୟକ୍ରମର ଉଦ୍‌ଘାଟଚନ ହୋଇଛି। ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମେଳାରେ ୫ ହଜାର ମହିଳା, ୨ ହଜାର ଏସଏଚଜି ସଦସ୍ୟା ସାମିଲ ହୋଇଛନ୍ତି । ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ମେଳା । ସାରା ରାଜ୍ୟର ଚାଷୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ  ।  କୃଷି ଉଦ୍ୟୋଗ କ୍ଷେତ୍ରରେ ସେମାନଙ୍କ ପାଇଁ ବହୁତ ସୁଯୋଗ ଅଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମିଲେଟ ମିଶନ, କଫି ମିଶନ ଆଦି ଅନେକ ଯୋଜନା ଚାଲିଛି । ଏହାର ସୁଯୋଗ ନେବାକୁ ମହିଳାଙ୍କୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ  । କାଳିଆ ବୃତ୍ତିର ପରିସରକୁ ଆହୁରି ବ୍ୟାପକ କରାଯାଇଛି ।୧୧୩ କୋଟି ଟଙ୍କା ବିନିଯୋରେ ଏହି କ୍ୟାମ୍ପସ  ଶିରିପୁରଠାରେ ପ୍ରତିଷ୍ଠା କରାଯାଉଛି । ସେହିପରି କୃଷି ଉଦ୍ୟୋଗ ଭବନ ନୂଆପଲ୍ଲୀଠାରେ ପ୍ରତିଷ୍ଠା କରାଯାଉଛି। ଏଥିପାଇଁ ୨୮ କୋଟି ଟଙ୍କା ବିନିଯୋଗ କରାଯିବ  ।

ମୁଖ୍ୟମନ୍ତ୍ରୀ ବିଶିଷ୍ଟ କୃଷି ବିଜ୍ଞାନୀ ଡ. ସ୍ବାତୀ ନାୟକଙ୍କୁ ସମ୍ମାନିତ କରିଥିଲେ। ଏହା ସହିତ ଅଭିନବ କୃଷି ଯନ୍ତ୍ରପାତି ପ୍ରୋତ୍ସାହନ ଯୋଜନାରେ ୧୭ ଜଣ କୃଷକଙ୍କୁ ପୁରସ୍କୃତ କରିବା ସହ  ୧୦ ଜଣ ସଫଳ ମହିଳା ଚାଷୀଙ୍କୁ ସମ୍ମାନିତ କରିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର କୃଷି ଋଣ ମଡ୍ୟୁଲର ‘ସଫଳ ପୋର୍ଟାଲ’ର ଶୁଭାରମ୍ଭ କରିଥିଲେ।

ଏହା ଦ୍ବାରା ଚାଷୀମାନେ ଖୁବ୍ ଶୀଘ୍ର ଓ ସୁବିଧାରେ ଫସଲ ଋଣ ପାଇପାରିବେ । ୧୯୯୯ରେ କୃଷି  କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବ୍ୟୟ ରାଜ୍ୟ ବଜେଟ୍‌ର ମାତ୍ର ୪.୬୬ ପ୍ରତିଶତ ଥିବାବେଳେ ଆଜି ଏହା ୧୧ ପ୍ରତିଶତ ହୋଇପାରିଛି। କୃଷି କ୍ଷେତ୍ରରେ ଏହି ବ୍ୟାପକ ବିନିଯୋଗ ଯୋଗୁ ଆଜି ରାଜ୍ୟର ସବୁ କ୍ଷେତ୍ରରେ ପ୍ରଗତି ଆସିଥିବା କହିଛନ୍ତି କୃଷି ମନ୍ତ୍ରୀ  ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!