ପୁଣି ଥେ ଏକାଠି ହେଲେ ନାଗା ଚୈତନ୍ୟ- ସାଇ ପଲ୍ଲବୀ
ଲୋକପ୍ରିୟ ସାଉଥ୍ ଷ୍ଟାର ନାଗା ଚୈତନ୍ୟ- ସାଇ ପଲ୍ଲବୀ ହେବାକୁ ଯାଉଛନ୍ତି ଏକାଠି । ଖୁବଶୀଘ୍ର ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ଆରମ୍ଭ ହେବ । ଫିଲ୍ମର ଟାଇଟେଲ ରଖାଯାଇଛି `ଥଣ୍ଡେଲ । ଥଣ୍ଡେଲର ଅର୍ଥ ହେଉଛି ଜଣେ ଡଙ୍ଗା ଚାଳକ । ଆକ୍ଟର ନାଗା ଚୈତନ୍ୟଙ୍କୁ ଜଣେ ମତ୍ସ୍ୟଜୀବୀ ଭୁମିକାରେ ଦର୍ଶକ ଦେଖିବାକୁ ପାଇବେ ।ଏହାସହ ଅଭିନେତ୍ରୀ ସାଇ ପଲ୍ଲବୀ ତାଙ୍କ ସହ ନଜର ଆସିବେ । ରିଅଲ୍ ଲାଇଫ୍ ଘଟଣା ଉପରେ ଆଧାରିତ ହେବ ଫିଲ୍ମ ଥାଣ୍ଡେଲ୍ ।
ଫିଲ୍ମକୁ ଡିରେକ୍ସନ ଦେଉଛନ୍ତି ଚାନ୍ଦୋ ମୋନ୍ଦେତୀ । ନାଗା ଚୈତନ୍ୟଙ୍କର ଏହା ହେଉଛି ୨୩ ନମ୍ବର ଫିଲ୍ମ ହେବାକୁ ଯାଉଛି । ଫିଲ୍ଣର ଫାଷ୍ଟ ଲୁକ୍ ରିଭିଲ୍ ହୋଇଛି । ଫ୍ଯାନ୍ସ ନାହାଙ୍କ ଲୁକ୍ଖୁ ପସନ୍ଦ ମଧ୍ୟ କରିଥନ୍ତି । ପ୍ରଥମ ଥର ପାଇଁ ନାଗା ଜଣେ ମାଛ ଧରାଳି ଭାବରେ ଅଭିନୟ କରୁଛନ୍ତି ତାଙ୍କ ସହ ଫିମେଲ ଲିଡରେ ଥିବା ସାଇ ପଲବୀ ମଧ୍ଯ ଦମଦାର ଲୁକ୍ ରେ ନଜର ଆସିଛନ୍ତି । ରିପୋର୍ଟ ଅନୁସାରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲରେ ଫିଲ୍ମର ସୁଟିଂ ହୋଇଛି ।


