କଂଗ୍ରେସ ପ୍ରଭାରୀ ଅଜୟ କୁମାର ରାଜ୍ୟ କଂଗ୍ରେସ ପ୍ରଭାରୀ ନିଯୁକ୍ତ ହେଲା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଛନ୍ତି । ଭୁବନେଶ୍ୱରରେ ନୂଆ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଏହି ଗସ୍ତ ସମୟରେ ରାଜ୍ୟ ନେତାଙ୍କ ସହ ପ୍ରଭାରୀ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ । ତେବେ ଓଡିଶାରେ ପାଦ ଦେଉ ଦେଉ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳର ଏହି ବରିଷ୍ଠ ନେତାଙ୍କୁ ଓଡିଶା ପ୍ରଭାରୀ ଭାବେ ନିଯୁକ୍ତ କରିଛି । ଯାହାକୁ ନେଇ ଉତ୍ସାହିତ ରାଜ୍ୟ କଂଗ୍ରେସ ।
ବିମାନ ବନ୍ଦରରେ ଅଜୟ କୁମାର ପହଞ୍ଚିିବା ପରେ ପୁଷ୍ପଗୁଚ୍ଛ ସହିତ ବାଜା ବଜାଇ ସ୍ୱାଗତ କରିଛନ୍ତି ଦଳର ନେତା ଓ କର୍ମୀ । ପରେ ବାଇକ ରାଲି ଯୋଗେ ପାଛୋଟି ନିଆଯାଇଛି ।

