ଆଜି ପୁଣି ଥରେ ଖେଳ ବଦଳିଯାଇଛି। ଦିନକ ଭିତରେ ହିଁ ଆଦାନୀଙ୍କୁ ପଛରେ ପକାଇ ପୁଣି ଥରେ ନିଜ ସ୍ଥାନକୁ ଫେରିଛନ୍ତି ଅମ୍ବାନୀ। ଗତକାଲି ଆଦାନୀଙ୍କ ସଂପତ୍ତିର ମୂଲ୍ୟରେ ଅହେତୁକ ବୃଦ୍ଧି ହେତୁ ବିଶ୍ୱର କୋଟିପତି ତାଲିକାରେ ତାଙ୍କର ମାନ୍ୟତା ମଧ୍ୟ ଉନ୍ନତ ହୋଇଥିଲା। ବିଲେନିୟର ଇଣ୍ଡେକ୍ସର ବିଶ୍ୱ ବିଲେନିୟର ତାଲିକାରେ ଗୌତମ ଆଦାନୀ ଦ୍ୱାଦଶ ସ୍ଥାନରେ ପହଞ୍ଚିଥିଲେ।
ଆଦାନୀ ଗ୍ରୁପର ଅକ୍ଷ୍ୟକ୍ଷ ତଥା ବିଶିଷ୍ଟ ବ୍ୟବସାୟୀ ଗୌତମ ଆଦାନୀ ଗତକାଲି ପୁଣି ଥରେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ। ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ ଗୌତମ ଆଦାନୀଙ୍କ ସଂପତ୍ତିର ମୂଲ୍ୟ ଗତ ଦୁଇ ଦିନ ମଧ୍ୟରେ ୭.୬୭ ବିଲିୟନ ବୃଦ୍ଧି ପାଇବା ପରେ ଶୁକ୍ରବାର ଦିନ ସକାଳ ୯ଟା ୩୦ ସୁଦ୍ଧା ସୁଦ୍ଧା ତାଙ୍କର ସର୍ବମୋଟ ସଂପତ୍ତିର ମୂଲ୍ୟ ୯୭.୬ ବିଲିୟନ ଡଲାରରେ ପହଞ୍ଚିଥିଲା।
ହେଲେ ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ, ଆଜି ଅମ୍ବାନୀ ୧୨ ନମ୍ବରରେ ଥିବା ବେଳେ ୧୪ ନମ୍ବରରେ ଅଛନ୍ତି ଆଦାନୀ। ଅମ୍ବାନୀଙ୍କ ସଂପତ୍ତିର ମୂଲ୍ୟ ୯୭.୫ ବିଲିୟନ୍ ଡଲାର ହୋଇଥିବା ବେଳେ ଆଦାନୀଙ୍କ ସଂପତ୍ତିର ମୂଲ୍ୟ ୯୪.୫ ବିଲିୟନ୍ ଡଲାର ବୋଲି ଜଣାପଡ଼ିଛି।

