ପ୍ରସିଦ୍ଧ ଟେଲିଭିଜନ ତାରକା ନିତେଶ ପାଣ୍ଡେଙ୍କ ଦେହାନ୍ତ

‘ଅନୁପମା’ ଧାରାବାହିକର ପ୍ରସିଦ୍ଧ କଳାକାର ନିତେଶ ପାଣ୍ଡେଙ୍କର ମୃତ୍ୟୁ ହୋଇଛି । ହୃଦଘାତ କାରଣରୁ ୫୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।

ନିତେଶ ପାଣ୍ଡେଙ୍କ ମୃତ୍ୟୁ ଟେଲିଭିଜନ ତାରକାଙ୍କ ମଧ୍ୟରେ ଶୋକର ଛାୟା ଖେଳାଇଦେଇଛି । ଗତ ୨୫ ବର୍ଷ ହେବ ସେ ଟେଲିଭିଜନ ଦୁନିଆରେ କାମ କରିବା ସହ ଜଣେ ଲୋକପ୍ରିୟ କଳାକାର ଭାବେ ନିଜର ଛବି ତିଆରି କରିପାରିଥିଲେ ।

ମୃତ୍ୟୁର କିଛି ସମୟ ପୂର୍ବରୁ ସେ ଛୁଟି ମନାଉଥିବାର ଏକ ଭିଡିଓ ପୋଷ୍ଟ କରିଥିଲେ । ହେଲେ ମାତ୍ର କେଇଘଣ୍ଟା ପରେ ମୁମ୍ବାଇ ନିକଟବର୍ତ୍ତୀ ଇଗତପୁରୀ ଠାରେ ତାଙ୍କ ମୃତ୍ୟୁ ହୋଇଛି ।

ହିନ୍ଦି ସିନେମା ‘ଓମ୍ ଶାନ୍ତି ଓମ’ରେ ସେ ଶାହାରୁଖ ଖାନଙ୍କ ସହ ଅଭିନୟ କରିବାର ସୁଯୋଗ ପାଇଥିଲେ । ଏହା ଫିଲ୍ମ ବଧାଇ ଦୋ, ହଣ୍ଟର, ଦବଙ୍ଗ-୨, ବାଜି, ମେରେ ୟାର କି ସାଦି ହେ ଭଳି ସିନେମାରେ ଅଭିନୟ କରିଥିଲେ ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!