ରାଜ୍ୟସଭା ସାଂସଦଙ୍କ ଗାଡି ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ । ନିରଞ୍ଜନ ବିଶିଙ୍କ ଗାଡି ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି
ସାଂସଦଙ୍କ ଗାଡିକୁ ଅଟକ ରଖିଛି ପୋଲିସ ।
ପ୍ରକୃତରେ ଗାଡିକୁ ଖାଲି ଡ୍ରାଇଭର ନେଇକି ଯାଉଥିଲେ ନା ସାଂସଦ ମଧ୍ୟ ସେଥିରେ ଉପସ୍ଥିତ ଥିଲେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ ।
ସ୍କୁଟିକୁ କାରଟି ୨୦୦ ମିଟର ଯାଏଁ ଘୋଷାଡି ନେଇଗଲା । ପାଟଣାଗଡ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି ।

