ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ । ୟୁନିଟ୍-୧ ହାଇସ୍କୁଲ ସମ୍ମୁଖରୁ ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ହତ୍ୟା ପରେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି ।
କ୍ୟାପିଟାଲ ଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣଙ୍କ ହେଲେ ୟୁନିଟ୍-୧ ଅଞ୍ଚଳର ଜିଇଡି ବସ୍ତିର ସୁଶାନ୍ତ ନାୟକ ତଥା କାଳିଆ । ସେ ଉଦ୍ୟାନ ବିଭାଗରେ ଚାକିରି କରୁଥିଲେ । ସକାଳୁ ସକାଳୁ ତଙ୍କୁ ସୁଜିତ ନାମକ ବ୍ୟକ୍ତି ତାଙ୍କର ୫ଜଣ ସହଯୋଗୀଙ୍କ ସହ ମାରଣାସ୍ତ୍ରରେ ହତ୍ୟା କରଥିବା ଅଭିଯୋଗ ହୋଇଛି ।
ସୁଶାନ୍ତଙ୍କ ନାବାଳିକା ଝିଆରୀକୁ ସୁଜିତ୍ ମାସକ ତଳେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ କ୍ୟାପିଟାଲ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ଏହି ବିବାଦ ଯୋଗୁଁ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସୁଜିତ ନାୟକ ଓ ତାଙ୍କ ପରିବାର ଫେରାର ଅଛନ୍ତି ।

