ପୁରୀ ଜିଲ୍ଲାରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ୟତମ ପ୍ରମୁଖ ନିର୍ବାଚନ ମଣ୍ଡଳୀ ହୋଇଥିବା ବେଳେ ଏଠାରେ ଭୋଟର ବେଶ ସଚେତନ। ଆଗାମୀ ମେ ୨୫ ତାରିଖରେ ଏହି ନିର୍ବାଚନ ମଣ୍ଡଳୀରେ ଭୋଟଦାନ ଥିବା ବେଳେ ଏଠାକାର ବାସିନ୍ଦା ବେଶ ଉତ୍ସାହିତ ରହିଛନ୍ତି। ନିଜର ବହୁମୂଲ୍ୟ ଭୋଟ ଦାନ ପାଇଁ ପ୍ରସ୍ତୁତ ହୋଇଛନ୍ତି ସମସ୍ତେ। ସତ୍ୟବାଦୀର ବିକାଶ ତଥା ମୌଳିକ ସମସ୍ୟା ଓ ଜଳ ନିଷ୍କାସନ ସମସ୍ୟା ଦୂର ନେଇ କାର୍ଯ୍ୟ କରିବା ପାର୍ଥୀଙ୍କୁ ନିର୍ବାଚନମଣ୍ଡଳି ବାସିନ୍ଦା ଭୋଟ ଦେବେ ବୋଲି ମନସ୍ତ କରିଥିବା ଜଣାପଡ଼ିଛି।ଏଥର ଫମ୍ପା ପ୍ରତିଶ୍ରୁତି ନୁହଁ ବିକାଶକୁ ମିଳିବ ଭୋଟ। ନିର୍ବାଚନକୁ ନେଇ ବେଶ ସଚେତନ ପୁରୀ ଜିଲ୍ଲାର ସତ୍ୟବାଦୀ ଭୋଟର। ଭୌଗୋଳିକ ଦୃଷ୍ଟି କୋଣରୁ ପୁରୀ ଜିଲ୍ଲାର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ବିଶାଳ ନିର୍ବାଚନ ମଣ୍ଡଳୀ ଭାବେ ପରିଗଣିତ।
ସଞ୍ଜୟ କୁମାର ଦାସ ବର୍ମା ଜଣେ ଓଡିଆ ରାଜନୀତିଜ୍ଞ । ସେ ଓଡିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମଗିରିରୁ ପ୍ରାର୍ଥୀ ହୋଇଥିଲେ ।ସତ୍ୟବାଦୀରୁ ନିର୍ବାଚନ ଲଢୁଛନ୍ତି ସଞ୍ଜୟ ଦାସ ବର୍ମା । ପୁରୀ ସତ୍ୟବାଦୀ ନିର୍ବାଚନମଣ୍ଡଳୀକୁ ନେଇ ଛକାପଞ୍ଝା ଲାଗିଥିଲା । ସତ୍ୟବାଦୀ ନିର୍ବାଚନମଣ୍ଡଳୀରୁ ଏଥର ବିଜେଡିରୁ କିଏ ଲଢ଼ିବ ? କାହାକୁ ପ୍ରାର୍ଥୀ କରିବ ବିଜୁ ଜନତା ଦଳ । ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ନା ଉମା ସାମନ୍ତରାୟଙ୍କ ପଲା ଭାରୀ । ବ୍ରହ୍ମଗିରି ଛାଡି ସତ୍ୟବାଦୀରୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିଛି ।
ଗତ 2019 ବିଧାନସଭା ନିର୍ବାଚନରେ କିନ୍ତୁ ବଦଳି ଯାଇଥିଲା ସ୍ଥିତି । ଲଗାତାର ଦୁଇଥର ବିଜୟୀ ହୋଇଥିବା ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମା କିନ୍ତୁ 2019ରେ ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଠାରୁ ପରାସ୍ତ ହୋଇଥିଲେ । ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର 88 ହଜାର 256 ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମା 86 ହଜାର 126 ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ଉମାକାନ୍ତ ବରାଳ ମାତ୍ର 2 ହଜାର 504 ଖଣ୍ଡ ଭୋଟ ପାଇଥିଲେ।
ସତ୍ୟବାଦୀ ମାଟିରୁ ନିର୍ବାଚନ ଲଢିବା ପାଇଁ ମୁଖ୍ୟମନ୍ତ୍ରୀ ସୁଯୋଦ ଦେଇଥିବାରୁ ଖୁସି ପ୍ରକଟ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସ ବର୍ମା । ସତ୍ୟବାଦୀରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ନିଜ ଅଂଚଳରେ ପ୍ରଚାକୁ ଜୋରଦାର କରିଛନ୍ତି । ହେଲେ ଚଳିତଥର ଅଞ୍ଚଳର ବିକାଶ ହିଁ ର୍ନିଣ୍ଣାୟକ ସାଜିବ ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞ ।

