ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗ ଦ୍ବାରା ମନ ଶାନ୍ତ ଓ ଶରୀର ସୁସ୍ଥ ରୁହେ । ଶରୀର ପାଇଁ ଯୋଗ ଆବଶ୍ୟକ , ତେଣୁ ପ୍ରତିବର୍ଷ ଜୁନ ୨୧ତାରିଖରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।ପ୍ରତିବର୍ଷ ଏକ ଥିମ୍ କିମ୍ବା ବିଷୟବସ୍ତୁ ଆଧାରରେ ଯୋଗ ଦିବସ ପାଳନ କରାଯାଏ। ଚଳିତ ବର୍ଷର ଥିମ୍ ରହିଛି- ‘ନିଜ ପାଇଁ ଓ ସମାଜ ପାଇଁ ଯୋଗ ‘
ସାରା ଓଡ଼ିଶାରେ ବି ପାଳନ କରାଯାଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ୨୦୧୫ରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେଉଛି । ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦର ୬୯ତମ ଅଧିବେଶନକୁ ପ୍ରଥମ କରି ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଯୋଗ ଦିବସ ପାଇଁ ପ୍ରସ୍ତାବ ରଖିଥିଲେ । ଏହା ପରେ ଜୁନ୍ ୨୧କୁ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଏହି ଦିବସକୁ ପାଳନ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୧୭୭ରୁ ଅଧିକ ଦେଶ ଯୋଗ ଦିବସ ପାଳନ ହେଉଥିବା ବେଳେ ପ୍ରମୁଖ ଐତିହ୍ୟସ୍ଥଳୀରେ ହେଉଛି ଯୋଗ ।

ସେହିପରି କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୪ରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। ସୁସ୍ଥ ଶରୀର ଏବଂ ସମାଜ ଗଠନ ପାଇଁ ଯୋଗାସନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଉତ୍ସାହିତ କରିଥିଲେ, ତାଙ୍କ ସହ ବିଧାୟକ ମାନେ ସାମିଲ ଥିଲେ ।


