୧୩୩୦ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ ଦୀପାଳି ଦାସ । ଆଉ ନୋଟାରେ ପଡ଼ିଥିଲା ୧ ହଜାର ୨୯୭ ଖଣ୍ଡ ଭୋଟ୍ । ହେଲେ ପରାଜୟ କୁ ସହଜରେ ଗ୍ରହଣ କରିନଥିଲେ ଦୀପାଳି । ଇଭିଏମ ଯାଞ୍ଚ ମୋର ଅଧିକାର କହି ଇଭିଏମ ଯାଞ୍ଚ ପାଇଁ ଆବେଦନ କରିଥିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।
ତେବେ ଇଭିଏମ ଯାଞ୍ଚ ଆବେଦନକୁ ଗ୍ରହଣ କଲେ ECI । ଝାରସୁଗୁଡ଼ାର ୧୩ଟି ବୁଥ୍ରେ ଯାଞ୍ଚ ହେବ ଇଭିଏମ । ନିର୍ବାଚନ ଫଳାଫଳ ଘୋଷଣା ପରେ ଅସନ୍ତୋଷ ଥିବା ଦୀପାଳି ଇଭିଏମ ଏବଂ ଭିଭିପିଏଟ ଯାଞ୍ଚ ପାଇଁ ଆବେଦନ କରିଥିଲେ । ଇଲେକ୍ସନ କମିଶନ ଅଫ ଇଣ୍ଡିଆ ଦୀପାଳିଙ୍କ ଆବେଦନକୁ ଗ୍ରହଣ କରିଥିବା ଜଣାପଡ଼ିଛି ।

