ଘରୋଇଇ ଞ୍ଜିନିୟରିଂ ୟୁନିଭର୍ସିଟିର ଛାତରୁ ପଡି ଅଧ୍ୟାପିକାଙ୍କ ମୃତ୍ୟୁ । ଗତ ୧୧ ତାରିଖରେ କଲେଜ ଛାତରୁ ଖସି ଗୁରୁତର ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ, ଆଜି ମୃତ୍ୟୁ ଘଟିଥିବାର ଜଣାଯାଇଛି । ଅନ୍ୟପଟେ ତମାଣ୍ଡୋ ଥାନାରେ ହତ୍ୟା ଅଭିଯୋଗ କଲେ ପରିବାର ଲୋକେ ।
ଭୁବନେଶ୍ୱର କମିଶନରେଟ ଅନ୍ତର୍ଗତ ତମାଣ୍ଡୋ ଥାନା ଅଧୀନ ଏକ ଘରୋଇ ଇଞ୍ଜିନିୟରିଂ ୟୁନଭରସିଟିର ଅଧ୍ୟାପିକା ବର୍ଷା ମିଶ୍ର କଲେଜ୍ ସମୟରେ ଗତ ୧୧ ତାରିଖ ଦିନ ସାଢେ଼ ୩ ଟା ବେଳେ କଲେଜ୍ ଛାତରୁ ଖସି ପଡ଼ି ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲ ରେ ସେଦିନ ଭର୍ତ୍ତି କରାଯାଇଥିଲା ବେଳେ ଆଜି ତାଙ୍କର ମୃତ୍ୟ ଘଟିଛି। ଅନ୍ୟପଟେ ବର୍ଷା କଲେଜ୍ ଛାତରୁ ପଡିଲେ କେମିତି ବୋଲି ପ୍ରଶ୍ନ ଉଠାଇବା ସହ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି । ଏ ନେଇ ତମଣ୍ଡୋ ଥାନାରେ ଏକ ଲିଖିତ ଅଭିଯୋଗ ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିଛି । ତେବେ ଏ ସମ୍ପର୍କରେ ସମ୍ପୃକ୍ତ କଲେଜ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

