କେଜରିୱାଲଙ୍କ ପାଇଁ ବଢ଼ିଲା ଅଡ଼ୁଆ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗତକାଲି ତଳ କୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ଏନେଇ ଇଡି ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ମାମଲାର ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଏହି ଜାମିନ ପ୍ରଦାନ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି । ଏହି ମାମଲାର ଯାଞ୍ଚ ଚାଲୁଥିବା ବେଳେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିବା ଯାଞ୍ଚ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ । କାରଣ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି ବୋଲି କୋର୍ଟ କୁ ଚ୍ୟାଲେଞ୍ଜ କରିଥିଲାଇଡି ।

ଦିଲ୍ଲୀ ହାଇକୋର୍ଟରେ ଇଡି ପକ୍ଷରୁ କୁହାଯାଇଥିଲା ଯେ, ତଳ କୋର୍ଟରେ ଏହି ମାମଲାରେ ପକ୍ଷ ରଖିବାକୁ ପର୍ଯ୍ୟାପ୍ତ ସମୟ ଦିଆଯାଇନଥିଲା । ଲିଖିତ ଜବାବ ରଖିବାକୁ ମଧ୍ୟ ସମୟ ମିଳିନଥିଲା । ଯାହା ଆଦୌ ଠିକ୍ ନୁହେଁ । ଏବେ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରେ ରହିଛନ୍ତି ।

Post Views75 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!