ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ

କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ କରିଛନ୍ତି ଅସନ୍ତୁଷ୍ଟ ଯୁବକ କଂଗ୍ରେସ କର୍ମୀ । ମୁହଁରେ ମୁଖା ପିନ୍ଧି ଆସି କାଳିମାଡ କରିଥିବା ଭିଡିଓରେ ଦେଖିବାକୁ ମିଳିଛି ।କାଳିମାଡ କରିବା ସହ ପିସିସି ସଭାପତିଙ୍କ ବିରୋଧରେ ନାରା ବାଜି କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

ତେବେ ନିର୍ବାଚନ ପରିଚାଳନାକୁ ନେଇ କର୍ମୀ ଅସନ୍ତୁଷ୍ଟ ଥିବା କୁହାଯାଉଛି । ତେବେ କାଳି ମାଡର ସଠିକ କାରଣ ଏଯାଏଁ ଜଣାପଡିନାହିଁ । ଭିଡିଓ ଅନୁସାରେ କିଛି ଯୁବ କର୍ମୀ ଶରତଙ୍କ ରୁମ ଭିତରକୁ ପଶିଲେ ।

ତାଙ୍କ ସହ କଥା ହୋଇ ହାତ ମଧ୍ୟ ମିଳାଇଲେ । କିନ୍ତୁ ହଠାତ୍ ଲୁଚାଇ ରଖିଥିବା କାଳି ବୋତଲ ବାହାର କରି ତାଙ୍କ ଉପରକୁ କାଳି ଛାଟି ଦେଇଥିଲେ । ସେମାନଙ୍କ ମଧ୍ୟରୁ କିଛି ମୁହଁରେ ମୁଖା ପିନ୍ଧିଥିବାବେଳେ ଆଉ କିଛି ଖୋଲା ମୁହଁରେ ଥିଲେ ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!