ବାତ୍ୟା ପାଇଁ ୨ଶହ ଟ୍ରେନ୍ ବାତିଲ

ବାତ୍ୟା ପାଇଁ ରେଳ ବିଭାଗ ସମ୍ପୂର୍ଣ୍ଣ ଆଲର୍ଟ ମୁଡରେ ରହିଛି। ରିଲିଫ ଅପରେସନ, ଯାତ୍ରୀ ସୁରକ୍ଷା, ଭିତ୍ତିଭୂମି ପୁନଃଉଦ୍ଧାର ପାଇଁ ତୟାର ରେଳ ବିଭାଗ । ବାତ୍ୟା ପରେ ପୂର୍ବ ଉପକୂଳରେ ତୁରନ୍ତ ରେଳସେବାକୁ ପୁନଃଉଦ୍ଧାର ପାଇଁ ୯ଟି ୱାରରୁମ କାର୍ଯ୍ୟକାରୀ କରାଯାଇଛି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ହେଲପ ଡେସ୍କ ଖୋଲାଯାଇଛି ।

ଆଜିଠୁ ୩ ଦିନ ପର୍ଯ୍ୟନ୍ତ ଉଭୟ ଅପ୍ ଓ ଡାଉନ୍ ଲାଇନ୍‌ରେ ୨ଶହରୁ ଅଧିକ ଟ୍ରେନ୍ ବାତିଲ କରାଯାଇଛି। ଅର୍ଥାତ ଆଜିଠୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ୨ଶହ ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି।

ପୁରୀ ପାଇଁ ୮୯୨୬୧ – ୦୦୩୫୬, ଖୋର୍ଦ୍ଧାରୋଡ ଲାଗି ୮୯୨୬- ୧୦୦୨୧୫, ଭୁବନେଶ୍ୱର ପାଇଁ ୮୧୧୪୩-୮୨୩୭୧, କଟକ ପାଇଁ ୮୧୧୪୩-୮୨୩୫୯, ପାରାଦୀପ ପାଇଁ ୮୧୧୪୩- ୮୮୩୦୨, ଯାଜପୁର କେନ୍ଦୁଝରରୋଡ଼ ପାଇଁ ୮୧୧୪୩୮୨୩୪୨, ଭଦ୍ରକ ପାଇଁ ୮୧୧୪୩୮୨୩୦୧ ନମ୍ବର ଜାରି ହୋଇଛି ।

ବାତ୍ୟା ଦାନାର ମୁକାବିଲା ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମୀକ୍ଷା କରିଛନ୍ତି । ରେଳମନ୍ତ୍ରୀ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ହୋଇଥିବା ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ବିଭାଗ ପକ୍ଷରୁ ସର୍ବନିମ୍ନ ବ୍ୟାଘାତ ସହ ସର୍ବାଧିକ ପ୍ରସ୍ତୁତିକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Post Views33 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!