ବର୍ଷାରେ ଭୁଷୁଡ଼ିଲା ଏୟାରପୋର୍ଟ ପାଚେରୀ

ସବୁ ଆଡେ ହିଟୱେଭ ଅସ୍ତବ୍ୟସ୍ତ ଜନ ଜୀବନ, ଏହି ସମୟରେ ମାଲକାନଗିରି ରେ ହୋଇଛି ପ୍ରାକ୍ ମୌସୁମୀ ବର୍ଷା। ଖରାରୁ ସାମାନ୍ୟ ତ୍ରାହି ପାଇଛନ୍ତି ଜିଲ୍ଲାବାସୀ ।

ଅନ୍ୟପଟେ ବର୍ଷା ସରିବାପରେ ଏକ ବିଦାରକ ଦୃଶ୍ୟ ଦେଖାଦେଇଛି । ଝଡ଼ ବର୍ଷାରେ ଏୟାରପୋର୍ଟ ପାଚେରୀ ଭୁଷୁଡ଼ି ପଡିଥିବା ଅଭିଯୋଗ ଆଣିଛନ୍ତି ବାସିନ୍ଦା । ତେବେ ୫ କି ୧୦ ନୁହେଁ ପ୍ରାୟ ୫୦ମିଟରରୁ ଅଧିକ ଲମ୍ବର ପାଚେରୀ ଭୁଷୁଡ଼ିଛି ।

ନିର୍ମାଣ ସମୟରେ ମଧ୍ୟ ଏହି କାନ୍ଥ ଭୁଷୁଡି ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ବିଭିନ୍ନ ଗଣମାଧ୍ୟମ ରେ ପ୍ରସାରିତ ହୋଇଥିବା ବେଳେ, ଏବେ ପୁଣି ଥରେ କାନ୍ଥ ଭୁଷୁଡ଼ି ପଡ଼ିଥିବା ବେଳେ କାମର ମାନକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି । ନିମ୍ନ ମାନର କାମହେତୁ ଏଭଳି ଘଟୁଥିବାର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଥିବା ବେଳେ । ଏ ନେଇ ଉପରୋକ୍ତ ଅଧିକାରୀ ତଦନ୍ତ କରିବାର ନିଶ୍ଚିତ ଆବଶ୍ୟକ ବୋଲି ସବୁ ଆଡେ ଚର୍ଚ୍ଚା ।

Post Views31 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!