ନିର୍ଦ୍ଧାରିତ ସମୟ ପୂର୍ବରୁ ବିଏମ୍ସି ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ବନ୍ଦ କରିଛି। ଏନେଇ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିବା ସହ ବିଏମସିକୁ ଧନ୍ୟବାଦ ଜଣାଇଛନ୍ତି। ବିଏମସି ପକ୍ଷରୁ ଭୁବନେଶ୍ୱରରେ ଏମ୍ସିସି ଓ ଏମ୍ଆର୍ଏଫ୍ ପ୍ରତିଷ୍ଠା କରାଯାଇଥିବା ବେଳେ ଏଣିକି ସହରର ଅଳିଆ ସହର ଭିତରେ ପ୍ରକ୍ରିୟାକରଣ କରାଯିବା ନେଇ ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।
ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ନେଇ ଅନେକ ସମୟରେ ନାନା ବିବାଦ ଉପୁଜିଥିଲା। ବିବାଦର ସମାଧାନ ପାଇଁ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ତେବେ ବୈଠକର ନିଷ୍ପତ୍ତି ଅନୁଯାୟୀ, ସବୁଦିନ ପାଇଁ ଦାରୁଠେଙ୍ଗ ଡମ୍ପିଂୟାର୍ଡ ବନ୍ଦ ହୋଇଛି।
ଏ ନେଇ ଦାରୁଠେଙ୍ଗ ସରପଞ୍ଚଙ୍କୁ ଚିଠି ଲେଖି ଭୁବନେଶ୍ୱର ମହାନଗର ନିଗମ ଜଣାଇଛି। ମେ’ ଶେଷ ସୁଦ୍ଧା ଡମ୍ପିଂୟାର୍ଡ ବନ୍ଦ ପାଇଁ ବିଏମ୍ସିକୁ ମହଲତ ମିଳିଥିଲା।

