ତାମିଲନାଡୁରେ ବଢୁଛି ମଦମୃତ୍ୟୁ । ବର୍ତ୍ତମାନ ସୁଦ୍ଧା ବିଷାକ୍ତ ମଦ ପିଇ ଗଲାଣି ୨୦ରୁ ଅଧିକ ଜୀବନ । ବିଲ୍ଲୁପୁରମ ଓ ଚେଙ୍ଗାଲପଟ୍ଟୁରେ ବଢିବାରେ ଲାଗିଛି ମୃ୍ତ୍ୟୁସଂଖ୍ୟା ।ସେହିପରି ୫୦ ରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସେପଟେ ମଦମୃତ୍ୟୁକୁ ନେଇ ରାଷ୍ଟ୍ରୀୟ ମାନବଧିକାର କମିଶନ ତାମିଲନାଡୁ ସରକାର ଓ ପୋଲିସ ଡିଜିଙ୍କୁ ନୋଟିସ ଜାରି କରିଛି । ମଦ ତିଆରି ହେଉଥିବା ଫ୍ୟାକ୍ଟ୍ରିରେ ଚଢାଉ କରି ଜଣଙ୍କୁ ଗିରଫ କରାଯାଇଛି ।

