ଇଭି ବଜାରରେ ପ୍ରବେଶ କରିବକି ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ

ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ଜିଓ ନିଜର ଇଲେକ୍ଟ୍ରିକ୍ ବାଇ-ସାଇକେଲ୍ ଲଞ୍ଚ କରିପାରେ ବୋଲି ଚର୍ଚ୍ଚା ହେଉଛି। ଯାହା ଖୁବ କମ ଦରରେ ମିଳିବା ସହ ଅଧିକ ରେଞ୍ଜ ଓ ଅଧିକ ଫିଚରରେ ଲଞ୍ଚ ହେବ। ଏହି ସାଇକଲ ସହାୟତାରେ ଜିଓ EV ବଜାରରେ ପ୍ରବେଶ କରିବାକୁ ଯାଉଛି ବୋଲି ଜଣା ପଡିଚି। ତେବେ ଏନେଇ କମ୍ପାନୀ ସ୍ପଷ୍ଟ ସୂଚନା ଦେଇ ନଥିବା ବେଳେ ଗଣମାଧ୍ୟମରେ ଏହା ଚର୍ଚ୍ଚା ହେଉଛି ।

ରିପୋର୍ଟ ଅନୁସାର, ସ୍ପୋର୍ଟି ଏବଂ ଷ୍ଟାଇଲିସ୍ ଡିଜାଇନ୍ ବିଶିଷ୍ଟ, ଏହି ସାଇକେଲରେ ଏକ ଦୃଢ଼ ଷ୍ଟିଲ୍ ଫ୍ରେମ୍ ସହ ଆରାମଦାୟକ ସିଟ୍ ରହିବ। ଏହାସହ ଏଥିରେ LED ଲାଇଟ୍ ଏବଂ ଡିଜିଟାଲ୍ ଡିସ୍ପ୍ଲେ ମଧ୍ୟ ରହିବ, ଯାହା ଏହାକୁ ଅଧିକ ଆକର୍ଷଣୀୟ ଲୁକ୍ ଦେବ। ସାଇକଲରେ ଅନେକ ଫିଚର ରହିବ। ଯେପରି ଏହା ଗୋଟିଏ ଚାର୍ଜିଂରେ ୮୦ ରୁ ୧୦୦ କିଲୋମିଟର ଦୂରତା ଅତିକ୍ରମ କରିପାରିବ। ଏଥିରେ GPS ଟ୍ରାକିଂ, ସ୍ମାର୍ଟ କନେକ୍ଟିଭିଟି, ରିଭର୍ସ ମୋଡ୍ ଭଳି ଆଧୁନିକ ଫିଚର ରହିବ। ସେହିପରି ଏହି ସାଇକଲଟି ସମ୍ପୂର୍ଣ୍ଣ ଓ୍ବାଟର ପ୍ରୁଫ ମଧ୍ୟ ରହିବ। ଏହି ସାଇକଲରେ ଏକ ଲିଥିୟମ ଆୟନ ବ୍ୟାଟେରୀ ଲାଗିଥିବା ବେଳେ ଏହା ମାତ୍ର ୩ ଘଣ୍ଟାରେ ଫୁଲ ଚାର୍ଜ ହୋଇଯିବ।ତେବେ ଜିଓ ପକ୍ଷରୁ ଏହାର ମୂଲ୍ୟ ସମ୍ପର୍କରେ କିଛି ସୂଚନା ମିଳି ନାହିଁ।

Post Views13 Total Count

Apply Now


This will close in 0 seconds

error: Content is protected !!