କ୍ରାଇମବ୍ରାଞ୍ଚ ଅଫିସ ପରିବର୍ତ୍ତେ ଝାରସୁଗୁଡ଼ାରେ ବୟାନ ଦେବାକୁ ଦୀପାଳି ଜଣାଇଛନ୍ତି

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେନି ଝିଅ ଦୀପାଳି ଦାସ। ଆଜି ହାଜର ନ ହେବାକୁ ଫୋନରେ ଜଣାଇବା ସହ ସମୟ ମାଗିଛନ୍ତି ଦୀପାଳି। ଦୀପାଳି ତଦନ୍ତକାରୀ ଅଧିକାରୀଙ୍କୁ ଫୋନ୍ କରି ସମୟ ମାଗିଥିବା ସୂଚନା ମିଳିଛି। ଅନ୍ୟ କୌଣସି ଦିନ ଷ୍ଟେଟମେଣ୍ଟ ରେକର୍ଡ ପାଇଁ ସେ ସମୟ ମାଗିଛନ୍ତି।

ଅନ୍ୟପକ୍ଷେ କ୍ରାଇମବ୍ରାଞ୍ଚ ଅଫିସ ପରିବର୍ତ୍ତେ ଝାରସୁଗୁଡ଼ାରେ ବୟାନ ଦେବାକୁ ଦୀପାଳି ଜଣାଇଛନ୍ତି। ଆଜି ପୁଅ ବିଶାଳ ଦାସଙ୍କ ହାଜର ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଦୀପାଳି ଓ ବିଶାଳଙ୍କୁ ହାଜର ହେବାକୁ କ୍ରାଇମବ୍ରାଞ୍ଚ ନୋଟିସ୍ କରିଥିଲା।

ତେବେ ଦୀପାଳି କାହିଁକି କ୍ରାଇମବ୍ରାଞ୍ଚ ନିକଟରେ ହାଜର ହେଲେନି, କ’ଣ ପାଇଁ କ୍ରାଇମବ୍ରାଞ୍ଚ ଅଫିସ ପରିବର୍ତ୍ତେ ଝାରସୁଗୁଡ଼ାରେ ବୟାନ ଦେବାକୁ କହିଲେ ତାକୁ ନେଇଚର୍ଚ୍ଚା ଜୋର ଧରିଛି। ଦୀପାଳି ଉପରେ କିଏ ଚାପ ପକାଉଛି କି? ନା ଅନ୍ୟ କିଛି କାରଣ ଅଛି ତାକୁ ନେଇ ଚର୍ଚ୍ଚା ହେଉଛି।

Post Views17 Total Count

Apply Now


This will close in 0 seconds

error: Content is protected !!