ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା । ଶ୍ରୀମନ୍ଦିରକୁ ଆତଙ୍କବାଦୀ ଆକ୍ରମଣ ଧମକ ଚେତାବନୀ । ପରିକ୍ରମା ମାର୍ଗରେ ଥିବା ବୁଢ଼ୀ ମା’ ମନ୍ଦିର କାନ୍ଥରେ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଲେଖାଯାଇଛି । ଏଥି ସହିତ ଫୋନ୍ ନମ୍ୱର ମଧ୍ୟ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧମକ ଦିଆଯାଇଛି । ଯାହାକୁ ନେଇ ପୁରୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ପୁରୀ ଜଗନ୍ନାଥ ମନ୍ଦିର ଦକ୍ଷିଣ ପାର୍ଶ୍ୱ ପରିକ୍ରମା ମାର୍ଗ ବୁଢ଼ି ମା’ ମନ୍ଦିର ୨ଟି କାନ୍ଥରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଛି । ଗୋଟିଏ ପାର୍ଶ୍ବରେ ଲେଖାାଯାଇଛି ଯେ, ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ । ଆଉ ଏକ ପାର୍ଶ୍ବରେ କିଛି ଫୋନ ନମ୍ବର ମଧ୍ୟ ଦିଆଯାଇ ଫୋନ କର, ନକଲେ ମହାତାଣ୍ଡବ ହେବ ବୋଲି ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଛି । ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ମଧ୍ୟ ଲେଖାଯାଇଛି । ୨ଟି ସ୍ଥାନରେ ଏପରି ଧମକପୂର୍ଣ୍ଣ ଲେଖା ଦେଖିବାକୁ ମିଳିଛି । ତେବେ କିଏ ଓ କାହିଁକି ଏଭଳି କରିଛି ତାହା ଜଣାପଡ଼ିନାହିଁ । ଏକାଧିକ ସ୍ଥାନରେ ସିସିଟିଭି ଲାଗିଛି । ସିକ୍ୟୁରିଟି ଗାର୍ଡ ମଧ୍ୟ ମୁତୟନ ହୋଇଛନ୍ତି । ଆତଙ୍କବାଦୀଙ୍କ ନାଁ ନେଇ କିଏ ଏପରି ଲେଖିଲା ? ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଏହି ଘଟଣାକୁ ନେଇ ପୁରୀ ପୋଲିସର ତଦନ୍ତ ଆରମ୍ଭ କରିଛି।

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଏତେ କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କିଏ କେତେବେଳେ ଏହି ଲେଖା ବୁଢ଼ୀ ମାଆ ମନ୍ଦିରରେ ଲେଖିଲା, ସେଠାର ମୁତୟନ ହୋଇଥିବା ସୁରକ୍ଷା କର୍ମୀ କ’ଣ କରୁଥିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତୁରନ୍ତ ପୋଲିସ ସିସିଟିଭି ଯାଞ୍ଚ କରି ଏଭଳି କିଏ କାର୍ଯ୍ୟ କରିଛି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Post Views96 Total Count

Apply Now


This will close in 0 seconds

error: Content is protected !!