ଆସନ୍ତାକାଲି ଦ୍ବିତୀୟାର୍ଦ୍ଧରେ ଭୁବନେଶ୍ବରରେ ଥିବା ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ରାଜସ୍ବ ଓ ମାଜିଷ୍ଟ୍ରେରିଆଲ କୋର୍ଟ (କାର୍ଯ୍ୟନିର୍ବାହୀ) ଛୁଟି ରହିବ। କାଲିର କାର୍ଯ୍ୟକ୍ରମ ପାଇଁ ଅତ୍ୟଧିକ ଭିଡ଼ ଓ ଟ୍ରାଫିକ ସମସ୍ୟା ବନ୍ଦ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।ମୋଦିଙ୍କ ରୋଡ୍ ସୋ’ ରୁଟ୍ ଓ ଜନତା ମଇଦାନ ସମାରୋହ ସ୍ଥଳରେ ପ୍ରାୟ ୧୩୩ ପ୍ଲାଟୁନ୍ ପୋଲିସ ଫୋର୍ସ ଜଗିବେ। ଆଜି ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ରିହର୍ସାଲ କରାଯିବ। ୨୦ ତାରିଖ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏ ପ୍ରାୟ ୩ ଘଣ୍ଟା ବିମାନବନ୍ଦରରୁ ଏଜି ଛକ, ରାଜଭବନ ଗୋଲେଇ, ଜୟଦେବ ବିହାର ଓ ଜାଭିୟର ଛକ ରାସ୍ତା ବନ୍ଦ ରହିବ।

