ଶ୍ରୀମନ୍ଦିର ସେବାୟତଙ୍କ ପେନସନ୍ ଟଙ୍କା ବୃଦ୍ଧି

ଶ୍ରୀମନ୍ଦିର ସେବାୟତଙ୍କ ପେନସନ୍ ରାଶି ବୃଦ୍ଧି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ପୂର୍ବରୁ ବରିଷ୍ଠ ସେବାୟତଙ୍କ ମାସିକ ଭତ୍ତା ୪ ହଜାର ଟଙ୍କା ଥିବା ସମୟରେ ତାହାକୁ ୫ ହଜାରକୁ ବୃଦ୍ଧି କରାଯାଇଛି । ୨୦୨୬ ଜାନୁଆରୀରୁ ବର୍ଦ୍ଧିତ ପେନସନ୍ ଲାଗୁ ହେବ ବୋଲି ସୂଚନା ମିଳିଛି । ସେହିପରି ସେବାୟତଙ୍କ କନ୍ୟାମାନଙ୍କ ବିବାହ ରାଶି ୧ ଲକ୍ଷକୁ ବୃଦ୍ଧି କରିଛନ୍ତି ସରକାର ।

ଅନ୍ୟପଟେ, ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ATMରୁ ଟଙ୍କା ଉଠାଇବା ସମୟରେ ଶ୍ରୀମନ୍ଦିରକୁ ସ୍ବଇଚ୍ଛାରେ ଦାନ ପାଇଁ ଏକ ମେସେଜ୍ ପାଇବେ । ରସିଦ୍‌ ବାହାରିବା ପୂର୍ବରୁ ATMରେ ଏକ ମେସେଜ ଆସିବ । ଯେଉଁଥିରେ ଶ୍ରୀମନ୍ଦିରକୁ ସ୍ବଇଚ୍ଛାରେ କିଛି ଦାନ କରିବାକୁ ଚାହୁଁଛନ୍ତି କି ବୋଲି ଉଲ୍ଲେଖ ରହିବ । ଶ୍ରଦ୍ଧାଳୁ ରାଜି ହେଲେ ତାଙ୍କ କାର୍ଡରୁ ଶ୍ରୀମନ୍ଦିରକୁ ଦାନ ଦେଇପାରିବେ ଏନେଇ ଆମେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବୁ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ।ଆପଣଙ୍କୁ କହିରଖୁଛୁ ଯେ, ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ସମୟରେ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସ୍‌ପି, ପରିଚାଳନା କମିଟିର ସମସ୍ତ ସଦସ୍ୟ  ଉପସ୍ଥିତ ରହିଥିଲେ ।

Post Views24 Total Count

Apply Now


This will close in 0 seconds

error: Content is protected !!