ଦୁବାଇ ଏୟାର ସୋ’ରେ ତେଜସ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ

ଦୁବାଇ ଏୟାର ଶୋ’ରେ ଏକ ବଡ଼ ଅଘଟଣ ଘଟିଛି । ସେଠାରେ ଚାଲିଥିବା ପ୍ରଦର୍ଶନୀ ସମୟରେ ଏକ ଭାରତୀୟ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଏହି ଦୁର୍ଘଟଣାରେ ପାଇଲଟ ମୃତ୍ୟୁବରଣ କରିଛନ୍ତି ।

ଏହି ଦୁର୍ଘଟଣାର ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଦେଖାଯାଉଛି ଯେ ତେଜସ୍ ଜେଟ୍ ଆକାଶରେ ବିମାନ ଖେଳୁଛି ଏବଂ ହଠାତ୍ ତଳକୁ ଖସିପଡ଼ୁଛି ଓ ଏକ ବଡ଼ ବିସ୍ଫୋରଣ ହେଉଛି । ଏହାକୁ ଦେଖି ଦର୍ଶକମାନେ ସ୍ତବ୍ଧ ହୋଇଯାଇଥିଲେ । ଚିନ୍ତାଜନକ କଥା ହେଉଛି ପାଇଲଟ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ଭିଡିଓରେ ମଧ୍ୟ ପାଇଲଟ ବାହାରି ଆସିଥିବା ଦେଖାଯାଉନଥିଲା । ଏଣୁ ସେ ମୃତ୍ୟୁବରଣ କରିଥିବା ସଂଦେହ କରାଯାଉଥିଲା । ଏବେ ତାହା ସ୍ପଷ୍ଟ ହୋଇଛି ।

ସ୍ଥାନୀୟ ସମୟ ଅନୁସାରେ ଅପରାହ୍ନ ୨:୧୦ ମିନିଟରେ ଏହି ଦୁର୍ଘଟଣା ଘଟିଥିଲା, ଯେତେବେଳେ ହଜାର ହଜାର ଦର୍ଶକ ବିମାନର ଏରୋବାଟିକ୍ସ ଦେଖୁଥିଲେ।  ଆକାଶରେ ଗତି କରୁଥିବା ସମୟରେ, ପାଇଲଟ୍ ହଠାତ୍  ବିମାନ ଉପରୁ ନିୟନ୍ତ୍ରଣ ହରାଇଲେ, ଯାହା ଫଳରେ ଏହା ଭୂମିରେ ଖସି ପଡ଼ିଥିଲା। ଦୁର୍ଘଟଣା ପରେ, ଦୁବାଇ ଏୟାର ସେ କୁ  ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି।

ତେଜସ୍ ହେଉଛି ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଦ୍ୱାରା ନିର୍ମିତ ଏକ ୪.୫ -ପିଢ଼ିର ମଲିଟିରୋଲ୍ ଯୁଦ୍ଧ ବିମାନ ଯାହା ବାୟୁ-ପ୍ରତିରକ୍ଷା ମିଶନ, ଆକ୍ରମଣାତ୍ମକ ବାୟୁ ସମର୍ଥନ ଏବଂ ନିକଟ ଯୁଦ୍ଧ କାର୍ଯ୍ୟ ସମ୍ପାଦନ କରିଥାଏ।

Post Views3 Total Count

Apply Now


This will close in 0 seconds

error: Content is protected !!