ହ୍ୟୁମାନ ସାଗର ମୃତ୍ୟୁ ଘଟଣାରେ ୨ ମ୍ୟାନେଜରଙ୍କ ନାଁରେ ଏତଲା

ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣାରେ ୨ ମ୍ୟାନେଜରଙ୍କ ନାଁରେ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଛି। ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଏତଲା ହୋଇଛି। ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ସଂଗଠନ ପକ୍ଷରୁ ଉଭୟଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ହ୍ୟୁମାନଙ୍କ ମା’ଙ୍କୁ ଦୁର୍ବ୍ୟବହାର ଘଟଣାକୁ ବି ବିରୋଧ କରାଯାଇଛି। ଏପରିକି ତଦନ୍ତ କରାଯାଇ ହ୍ୟୁମାନଙ୍କ ମୃତ୍ୟୁ ପଛରେ ଥିବା ଖଳନାୟକଙ୍କୁ ଧରାଯାଇ ଉପଯୁକ୍ତ ଦଣ୍ଡ ଦେବାକୁ ଏତଲାରେ କୁହାଯାଇଛି।

ଏହା ପୂର୍ବରୁ ହ୍ୟୁମାନଙ୍କ ମାଆ ବିସ୍ଫୋରକ ବୟାନ ଦେଇ କହିଥିଲେ ହ୍ୟୁମାନଙ୍କ ମୃତ୍ୟ ପାଇଁ ୩ ଜଣ ଦାୟୀ । ଜଣେ ମହିଳାଙ୍କ ସହ ଅନ୍ୟ ଦୁଇ ଯୁବକଙ୍କ ନାଁ ନେଇଥିଲେ ହ୍ୟୁମାନଙ୍କ ମାଆ। ପପୁ, ପ୍ରଶାନ୍ତ, ଅର୍ପିତା ଚୌଧୁରୀ ମୋ ପୁଅର ଜୀବନ ନେଇଛନ୍ତି। ଅର୍ପିତା ମୋ ପୁଅକୁ ଧୋକା ଦେଇଛି । ମାନସିକ ବିଷାଦ ଭିତରେ ରହୁଥିଲା ମୋ ପୁଅ। କାଲି ICU ଆସିଥିଲେ ଏମାନେ। ମୋ ପୁଅକୁ ଅର୍ପିତା ମାରିଛି ବୋଲି ଅଭିଯୋଗ କରିଥିଲେ ହ୍ୟୁମାନଙ୍କ ମାଆ।

Post Views20 Total Count

Apply Now


This will close in 0 seconds

error: Content is protected !!