କୁଆଡେ଼ ଗଲେ ମର୍ଚଣ୍ଟ ନେଭି କାଡେଟ ସାର୍ଥକ

ମଝି ସମୁଦ୍ରରେ ଗାୟବ ହୋଇ ଯାଇଛନ୍ତି ମର୍ଚଣ୍ଟ ନେଭି କାଡେଟ ସାର୍ଥକ ମହାପାତ୍ର । ରହସ୍ୟମୟ ଭାବେ ନିଖୋଜ ହୋଇଛନ୍ତି ସାର୍ଥକ । ୨ ତାରିଖରେ ମାଆଙ୍କ ସହ ଶେଷ ଥର ପାଇଁ କଲରେ କଥା ହୋଇଥିଲେ ସାର୍ଥକ । ଜାହାଜରେ ଡ୍ୟୁଟି ବେଳେ ସାର୍ଥକ ନିଖୋଜ ହୋଇଛନ୍ତି । ୨୩ ବର୍ଷୀୟ ସାର୍ଥକ ଜୁଲାଇ ୨୦୨୫ରେ ଆଙ୍ଗଲୋ ଇଷ୍ଟର୍ନ ସିପିଂ କମ୍ପାନୀର ସିପ୍ EA Jerseyରେ କ୍ୟାଡେଟ ଭାବେ ଯୋଗ ଦେଇଥିଲେ । ସେ ଗତ ଫେବୃଆରୀ ୩ ତାରିଖରୁ ନିଖୋଜ ଥବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସାର୍ଥକ ଚାଇନାରୁ ସିଙ୍ଗାପୁର ଫେରୁଥିବା ବେଳେ ମରିସସ ଉପକୂଳ ନିକଟବର୍ତ୍ତୀ ଅଂଚଳରେ ଜାହାଜରୁ ନିଖୋଜ ହୋଇଥିବା ଜଣାପଡ଼ିଛି ।

ଭଦ୍ରକ ବ୍ଲକ ବେନ୍ତାଳ ପଞ୍ଚାୟତ ଗୋପାଳବିନ୍ଧା ଗାଁରେ ସାର୍ଥକଙ୍କ ଘର । ନିଜର ମାମୁ ଘରେ ରହି ପାଠ ପଢ଼ୁଥିବା ସାର୍ଥକ ଆଠ ମାସ ହେବ ନାଭାଲରେ ଜଏନ କରିଥିବା ବେଳେ ଟ୍ରେନିଂରେ ଥିଲେ । ଶେଷଥର ପାଇଁ ସାର୍ଥକଙ୍କୁ ୨ ତାରିଖରେ କେବିନକୁ ଯାଉଥିବାର ଦେଖାଯାଇଥିଲା । ପରେ ସେହିଦିନ ସକାଳ ସାଢେ ଆଠ ଟାରେ ମୁଖ୍ୟ ଅଧିକାରୀ ତାଙ୍କ କେବିନ ଯାଞ୍ଚ କରିବାକୁ ଯାଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ସାର୍ଥକଙ୍କ ପାରିବାରକୁ କମ୍ପାନୀ ପକ୍ଷରୁ ଚିଠି ଲେଖି ଜଣାଇବା ସହିତ ଆଶ୍ୱାସନା ଦିଆଯାଇଛି । ଏହାଛଡା ଜାହାଜର ବେଗକୁ କମ କରିବା ସହିତ ସାର୍ଥକଙ୍କୁ ଖୋଜାଖୋଜି ଚାଲିଥିବା କୁହାଯାଇଛି । କହି ରଖୁଛୁ ଡ୍ୟୁଟି ମଝିରୁ ଅର୍ଥାତ୍ ୩ ତାରିଖ ସକାଳ ୬ ଟାରେ ସାର୍ଥକ ନିଜ ରୁମ୍ କୁ ଆସିଥିଲେ । କିନ୍ତୁ ୮ ଟାରେ ତାଙ୍କ ରୁମ୍ କୁ ବ୍ରେକ ଫାଷ୍ଟ ପଠେଇବା ବେଳେ ରୁମରୁ କୁଆଡେ ଗାୟବ ହୋଇଯାଇଥିଲେ ସାର୍ଥକ ।

Post Views2 Total Count

Apply Now


This will close in 0 seconds

error: Content is protected !!