ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଝଟକା । ଖାରଜ ହେଲା ଜାମିନ ଆବେଦନ । ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଜାମିନ୍ ଆବେଦନ ଖାରଜ କଲେ ବ୍ରହ୍ମପୁର ଏଡିଜେ- ୩ କୋର୍ଟ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ୫ ଅଭିଯୁକ୍ତ ଏବେ ଵ୍ରହ୍ମପୁର ଜେଲରେ ରହିଛନ୍ତି ।
ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ, ମଦନ ମୋହନ ଦଳାଇ, ସୁନିଲ ହୋତା ଏବଂ ଶୂନ୍ୟ ଦାସଙ୍କ ଆବେଦନ ଖାରଜ ହୋଇଛି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିଯୁକ୍ତ ହୋଇଥିବା ପିପି କାଳିଚରଣ ମିଶ୍ର ଓ ଅଭିନାଶ ପଢି ମକଦ୍ଦମା ପରିଚାଳନା କରିଥିଲେ। ପ୍ରକାଶଥାଉକି, ଗତ ଅକ୍ଟୋବର ୬ ତାରିଖ ଅର୍ଥାତ କୁମାରପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।

