ଗିରଫ ହେବେ ଶ୍ରୀଲଙ୍କାର ବିଶ୍ୱକପ୍‌ ବିଜେତା ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କୁ

ଶ୍ରୀଲଙ୍କାର ବିଶ୍ୱକପ୍‌ ବିଜେତା ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଦୁର୍ନୀତି ଅଭିଯୋଗରେ ତାଙ୍କୁ ଗିରଫ କରାଯିବ । ୧୯୯୬ ବିଶ୍ୱକପ୍‌ରେ ଶ୍ରୀଲଙ୍କାକୁ ଚାମ୍ପିଅନ୍‌ କରାଇଥିବା ପୂର୍ବତନ କ୍ରିକେଟର ତଥା ପେଟ୍ରୋଲିୟମ୍‌ ମନ୍ତ୍ରୀ ଅର୍ଜୁନ ରଣତୁଙ୍ଗାଙ୍କ ଭାଇ ଧମ୍ମିକା ରଣତୁଙ୍ଗାଙ୍କୁ ଦୁର୍ନୀତି କମିସନ ଗିରଫ୍‌ କରିଛନ୍ତି ।

ଧମ୍ମିକାଙ୍କୁ ଜାମିନରେ ଛଡ଼ାଯାଇଥିବା ବେଳେ ଅର୍ଜୁନଙ୍କୁ ଦ୍ୱିତୀୟ ଅଭିଯୁକ୍ତ ଦର୍ଶାଯାଇଛି । ୨୦୧୭ ମସିହାରେ ସିଲୋନ୍‌ ପେଟ୍ରୋଲିୟମ୍‌ କର୍ପୋରେସନ୍‌ରେ ଅଶୋଧିତ ତୈଳ କିଣା ଟେଣ୍ଡର୍‌ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ହୋଇଥିଲା ।

ଏଥିରେ ଦେଶର କୋଷାଗାରକୁ ୮୦୦ ମିଲିଅନ ଶ୍ରୀଲଙ୍କା ଟଙ୍କା କ୍ଷତି ହୋଇଛି । ଅର୍ଜୁନ ବର୍ତ୍ତମାନ ବିଦେଶରେ ଥିବାରୁ ଫେରିଆସିବା ପରେ ଗିରଫ୍ ହେବେ ବୋଲି କମିସନ କହିଛନ୍ତି । ଏହି ମାମଲା ଶ୍ରୀଲଙ୍କାର ଦୁର୍ନୀତି ବିରୋଧୀ ଅଭିଯାନର ଅଂଶ ବୋଲି କୁହାଯାଉଛି ।

Post Views1 Total Count

Apply Now


This will close in 0 seconds

error: Content is protected !!