ଧାମରା ବନ୍ଦରରେ ଲାଗିଲା ପ୍ରଥମ ସିଏନଜି କାର୍ଗୋ ଜାହାଜ

ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ଲାଗିଲା ପ୍ରଥମ ସିଏନଜି କାର୍ଗୋ ଜାହାଜ:_ ଗ୍ଯାସ ଭର୍ତ୍ତି ଜାହାଜ ଧାମରା ପହଁଚିବା ପରେ ନିକଟବର୍ତ୍ତୀ ଗାଁ ମାନଙ୍କୁ ୫ଦିନ ପାଇଁ ଚୁଲା ଜାଳିବା ମନା। -କଲିକତାରୁ ‘ମିଲାହା ରାସ୍ ଲାଫନ୍’ ନାମକ ଜାହାଜ ସିଏନ୍‌ଜି ନେଇ ପ୍ରଥମଥର ପାଇଁ ଧାମରା(ଆଦାନୀ) ବନ୍ଦରରେ ଲାଗିଛି । ଏହି ଜାହାଜଟି ୨୬ମିଲିୟନ ପ୍ରାକୃତିକ ଫ୍ରୋଜନ୍ ଗ୍ୟାସ୍ ନେଇ ଧାମରା ବନ୍ଦରରେ ପହଞ୍ଚିଛି ।ଧାମରା ବନ୍ଦର ପୂର୍ବ ଭାରତର ଏକମାତ୍ର ବନ୍ଦର ଯେଉଁଠି ଏଲ୍‌ଏନ୍‌ଜି ଗ୍ୟାସ୍ ଆମଦାନୀ ଟର୍ମିନାଲ ନିର୍ମାଣ କାର୍ଯ୍ୟ ସରିଛି ।

ଆଦାନୀ ଗ୍ରୁପ ଏବଂ ଫ୍ରେଞ୍ଚ କମ୍ପାନୀ ମିଳିତଭାବେ ୬ହଜାର କୋଟି ଟଙ୍କା ବିନିମୟରେ ଏହି ଟର୍ମିନାଲ ନିର୍ମାଣ କରିଛନ୍ତି। ଏହି ଏଲ୍‌ଏନଜି ସାର କାରଖାନାରେ ବ୍ୟବହୃତ ହେବା ସହ ଏହି ଗ୍ୟାସକୁ କେ ଅସ୍ କରାଯାଇ ପ୍ରାକୃତିକ ଗ୍ୟାସ ଏବଂ ରୋଷେଇ ଗ୍ୟାସ ମଧ୍ୟ ତିଆରି କରାଯାଇ ପାରିବ । ଧାମରା ଆଦାନୀ ବନ୍ଦର ବାର୍ଷିକ ୫ନିୟୁତ ଟନ୍ ଗ୍ୟାସ ଏହି ଟର୍ମିନାଲ ଦେଇ ଆମଦାନୀ କରିବା ସହ ପୂର୍ବ ଭାରତକୁ ଯୋଗାଇ ଦେବାର ଲକ୍ଷ୍ୟ ରଖିଛି ।

ଏହି ଗ୍ୟାସ ଟର୍ମିନାଲ ପ୍ରଥମେ ୨.୨ ମିଲିୟନ ଟନରୁ ୨.୩ ମିଲିୟନ ଟନ କ୍ଷମତାରେ କାର୍ଯ୍ୟ କରିବା ପରେ ଏହା ୫ ମିଲିୟନ ଟନ୍‌ କ୍ଷମତାକୁ ବୃଦ୍ଧି କରାଯିବ। ଆସିଥିବା ଜାହାଜରେ ୧୩୫ହଜାର ଘନ ମିଟର ଗ୍ୟାସ୍ କଲିକତାରରେ ମାର୍ଚ୍ଚ ୨୧ରେ ବୋଝେଇ ହୋଇ ଧାମରା ବନ୍ଦରରେ ଏପ୍ରିଲ ୨ତାରିଖରେ ପହଞ୍ଚିଥିଲା ।ଭାରତ ସରକାରଙ୍କ ଗେଲ୍ ଇଣ୍ଡିଆ ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ ଏହି ଗ୍ୟାସ ବୁକ୍ କରିଥିଲେ ।

ଏହି ଗ୍ୟାସ ପହଞ୍ଚିବା ପରେ ଉକ୍ତ ୨କମ୍ପାନୀ ଏହାକୁ ବିଶୋଧନ କରି ପୁନଃ ଗ୍ୟାସ ପାଇପ୍ ଲାଇନ୍ ଯୋଗେ ଇସ୍ପାତ ଏବଂ ସାର କାରଖାନା ଯୋଗାଇବେ ।

ଧାମରା ବନ୍ଦରରେ ୨ଟି ଗ୍ୟାସ୍ ଷ୍ଟୋରେଜ ନିର୍ମାଣ ହୋଇଥିବା ବେଳେ ଏହାର କ୍ଷମତା ୩୬୦ହଜାର ଘନ ମିଟର ଉର୍ଜା ଗଙ୍ଗା ପାଇପ୍ ଲାଇନ୍ ଦ୍ବାରା ପୂର୍ବ ଭାରତର ୩୫ ପ୍ରତିଶ ଜନସଂଖ୍ୟାକୁ ରୋଷେଇ ଗ୍ୟାସ ଯୋଗାଇ ଦିଆଯିବା ବିଶୋଧନାଗାର ସାର କାରଖାନା, ଶିଳ୍ପ ସଂସ୍ଥାକୁ ମଧ୍ୟ ଏହି ଗ୍ୟାସ ପାଇପିଲାଇନ ଯୋଗେ ଯୋଗାଇ ଦିଆଯିବ ଗ୍ୟାସ୍ ବୋଝେ ଜାହାଜ ଧାମରା ବନ୍ଦରରେ ପହଞ୍ଚିବା ପରେ ନିକଟ ଗ୍ରାମଗୁଡ଼ିକରେ ସତର୍କତା ପାଇଁ ରୋଷେଇ ନ କରିବାକୁ ସୂଚନ ଦିଆଯାଇଛି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!