ନୂଆ ଦାୟିତ୍ୱ ନୂଆ ପ୍ରତିଶ୍ରୁତି ରେ ପ୍ରଫେସର ଅମୀୟ କୁମାର ରଥ

ପ୍ରଫେସର ଅମୀୟ କୁମାର ରଥ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି)ର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ସଂକ୍ଷିପ୍ତ ତାଲିକାରେ ଥିବା ତିନି ପ୍ରଫେସରଙ୍କ ସାକ୍ଷାତକାର ନେବା ପରେ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଶ୍ରୀ ରଥଙ୍କ ନାମ ଘୋଷଣା କରିଛନ୍ତି।

ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧିତ) ଆଇନ ୨୦୨୦ର ସେକ୍ସନ ୬ର ସବ୍‌ ସେକ୍ସନ(୭)ର ସବ୍‌ ସେକ୍ସନ(୧) ଅନୁଯାୟୀ ଏହି ନିଯୁକ୍ତି ଦିଆଯାଇଥିବା ରାଜଭବନ ପକ୍ଷରୁ କୁହାଯାଇଛି। ପ୍ରଫେସର ଅମୀୟ କୁମାର ରଥଙ୍କ ନିଯୁକ୍ତକୁ କୁଳାଧିପତି ତଥା ରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି। ପ୍ରଫେସର ରଥ କାର୍ଯ୍ୟରେ ଯୋଗଦେବା ଦିନଠାରୁ ତତ୍କାଳ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ କିମ୍ବା ଏ ସଂକ୍ରାନ୍ତରେ ପରବର୍ତ୍ତି ନିର୍ଦେଶ ପ୍ରକାଶ ପର୍ଯ୍ୟନ୍ତ ସେ କୁଳପତି ଭାବେ କାର୍ଯ୍ୟ ସମ୍ପାଦନ କରିପାରିବେ।

ବର୍ତ୍ତମାନ ବେଙ୍ଗାଲୁରୁ ନାକ ଉପଦେଷ୍ଟା(ଆଇସିଟ) ଭାବେ ପ୍ରଫେସର ଅମୀୟ କୁମାର ମିଶ୍ର କାର୍ଯ୍ୟ କରୁଛନ୍ତି। ପ୍ରଫେସର ରଥଙ୍କର ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ୩୩ ବର୍ଷର ଅଭିଜ୍ଞତା ରହିଛି। ସେହିପରି ସେ ୯ଟି ବହି ଲେଖିଛନ୍ତି। ପ୍ରଫେସର ଅମିୟ ରଥ ୧୨ ଜଣ ପିଏଚଡି ସ୍କଲାର ଏବଂ ୧୭ ଜଣ ପିଜି ସ୍କଲାରଙ୍କୁ ଗାଇଡ୍ କରିଛନ୍ତି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!